କଳିଙ୍ଗା ଘାଟି ରେ ଭୂସ୍ଖଳନ,ଖସିଲା ପଥର ଭାଙ୍ଗିଲା ଗାର୍ଡ ୱାଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କଲା ପ୍ରଶାସନ

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ (ଉପାନ୍ତ ଖବର ) ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ରେ ଥିବା କଳିଙ୍ଗା ଘାଟି ରେ ଲଗାଣ ବର୍ଷା ଯୋଗୁଁ ପଥର ଖସି ଗାର୍ଡ ୱାଲ୍ ଭାଙ୍ଗି ଜିବା କାରଣରୁ ପ୍ରଶାସନିକ ଅଧିକାରି ମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଘାଟି ରାସ୍ତା କୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଦିଆ ଯାଇଛି ।
ଏହି ରାସ୍ତା ପୁର୍ବରୁ ଦୁଇ ଥର ଏବଂ ବର୍ତ୍ତମାନକୁ ମିଶାଇ ତିନି ଥର ଭୂସ୍ଖଳନ ହେବା ପରେ ଧନ ଜିବନ ଓ ଗମନା ଗମନ କୁ ନେଇ ସାଧାରଣରେ ପ୍ରଶ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଜାତିୟ ରାଜପଥ- ୧୫୭ ର ପ୍ରଶସ୍ତିକରଣ ଓ ସୁରକ୍ଷା କାର୍ଯ୍ୟ ଚାଲିଛି ଫଳରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ତଦାରଖ ବ୍ୟବସ୍ଥା କୁ ନେ ଗୁରୁତର ପ୍ରଶ୍ନ ଉଠିଛି । ବର୍ତ୍ତମାନ କିନ୍ତୁ ପ୍ରଶାସନ ରାସ୍ତାକୁ ସିଲ୍ କରି ଭୂସ୍ଖଳନ ଜାଗାର ଉଭୟ ପାର୍ଶ୍ବରେ ରେ ପୋଲିସ ମୁତୟନ କରି ସିଲ୍ କରି ଦେଇଛନ୍ତି ।
