September 25, 2026

ବିପଦ ସଂକୁଳ ଅବସ୍ଥାରେ ଥିବା ବିଦୁତ ଖୁଣ୍ଟ ଭୟରେ ବ୍ୟବସାୟୀ ଓ ସାଧାରଣ ଜନତା…

IMG-20260925-WA0001
Share

 

କୁଜଙ୍ଗ ବ୍ଲକ ଅଧୀନ ରାହାମା ମୁଖ୍ୟ ରାସ୍ତା କଡ ଵା ରେଳ ଷ୍ଟେସନ କୁ ଯିବା ବାଟ ଇଣ୍ଡିଆ ୱାନ ଏ ଟି ମ୍ କଡରେ ଥିବା ଉଚ୍ଚ ଶକ୍ତି ସମ୍ପନ୍ନବିଦ୍ୟୁତ ଯାଇଥିବା ବିଦ୍ୟୁତ ଖୁଣ୍ଟ ଟି ମୂଳ ରୁ ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିବା ବେଳେ ତାହା ଏବେ ବିପଦ ସଂକୁଳ ଅବସ୍ଥା ରେ ଦେଖିବାକୁ ମିଳିଛି, ଯାହାକି ରାହାମା ବିଦ୍ୟୁତ ଉପଖଣ୍ଡ, ବିଦ୍ୟୁତ ବିଭାଗ ର ମନମାନି କୁ ଦର୍ଶାଉଛି, ଯେ କୌଣସି ମୁହୂର୍ତ୍ତ ରେ ଏକ ବଡ ବିପଦ ଘଟିବା ଆଗରୁ ବିଦ୍ୟୁତ ବିଭାଗ ତତ୍ପର ହେବା ଆବଶ୍ୟକ, ରାତି ପାହିଲେ ବିଦ୍ୟୁତ କର୍ମଚାରୀ ଙ୍କ ଗାଡି ଏହି ରାସ୍ତା ରେ ଦୈନିକ ଯିବା ଆସିବା କରୁଥିବା ବେଳେ କିଭଳି ତାହା ନଜର କୁ ଆସୁନାହିଁ, ନାଁ ଜାଣି ଶୁଣି ଏହାକୁ ନଜର ଅନ୍ଦାଜ କରାଯାଉଛି, ଏଭଳି ବେପରୁଆ ମନୋଭାବ ପାଇଁ ବଡ ଅଘଟଣ କୁ ଏଡାଇ ଦିଆ ଯାଇ ନ ପାରେ, ଖୁଣ୍ଟ ଦୁଇଟି ର ମୂଳ ଅଂଶ ସମ୍ପୂର୍ଣ ନଷ୍ଟ ହୋଇ ଯାଇ ଥିବା ବେଳେ ଉପରେ ଉଚ୍ଚ କ୍ଷମତା ସମ୍ପନ ବିଦ୍ୟୁତ କୁ ନେଇ ପାଖ ଆଖ ବ୍ୟବସାୟୀ ଭୟଭୀତ,

ତୁରନ୍ତ ବିଦ୍ୟୁତ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି,

ଅନ୍ୟ ପକ୍ଷ ରେ ସ୍ଥାନୀୟ ଅଞ୍ଚଳ ରେ ଘନ ଘନ ବିଜୁଳି କାଟ କୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି, ପ୍ରତ୍ୟହ ବିଜୁଳି କାଟ ଅସହ୍ୟ ହୋଇ ପଡ଼ିଥିବା ବେଳେ ମରାମତି ର ବାହାନା କରି ବିଦ୍ୟୁତ ବିଭାଗ ଚୁପ ବସୁଛି,

ଏହାକୁ ନେଇ ଉଚ୍ଚ ଅଧିକାରୀ ଦୃଷ୍ଟି ନ ଦେଲେ ଅସନ୍ତୋଷ ଉଗ୍ର ରୂପ ନେଇପାରେ. ରିପୋର୍ଟ ଶାରଦା ପ୍ରସନ୍ନ ପରିଜା