ହାଟଡିହି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ..
ହାଟଡିହି ତା ୨୪/୯(ମନମୋହନ ନାୟକ) : ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହି ଜାତୀୟ ସେବା ଯୋଜନା ତରଫରୁ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶଙ୍କ ସଂଯୋଜନାରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହରେକୃଷ୍ଣ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଛାତ୍ର ଜୀବନରେ ସେବାର ମହତ୍ୱ ଓ ଜାତୀୟ ସେବା ଯୋଜନାର ବିଭିନ୍ନ ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତ୍ତନ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ଓ ରବୀନ୍ଦ୍ର ନାଥ ଜେନା ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ବହୁମୂଲ୍ୟ ଉପଦେଶ ପ୍ରଦାନ କରିବା ସହ ସେବା ଦ୍ୱାରା କିପରି ନିଜର ଚରିତ୍ର ସଜାଡ଼ି ହେବ ସେ ବିଷୟରେ ମତପୋଷଣ କରିଥିଲେ। ଉକ୍ତ ଉତ୍ସବରେ ଅଧ୍ୟାପକ ରବୀନ୍ଦ୍ର କୁମାର ଜେନା ଓ ଚକ୍ରଧର ଦାସ, ନୀଲମ ସ୍ୱୟଂ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଅଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
