September 24, 2026

ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

IMG-20260924-WA0010
Share

 

 

ତୃଣମୂଳସ୍ତରରୁ ସଂଗଠନ ମଜବୁତ କରିବାକୁ ଟାସ୍କ ଦେଲେ ଓଡ଼ିଶା ସହ-ପ୍ରଭାରୀ କୁସୁମ କୁମାର

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଜୟୀରାଜଗୁରୁ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ତୃଣମୂଳସ୍ତରରୁ ଦଳୀୟ ସଂଗଠନକୁ ମଜବୁତ କରିବା ସହ ଆଗାମୀ ନିର୍ବାଚନ ପାଇଁ କର୍ମୀମାନଙ୍କୁ ସକ୍ରିୟ ହେବାକୁ ଆହ୍ୱାନ ଦିଆଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଚିବ ତଥା ଓଡ଼ିଶା ସହ-ପ୍ରଭାରୀ ଜେଟି କୁସୁମ କୁମାର କହିଥିଲେ ଯେ, ଜୋନ୍‌ଠାରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସଂଗଠନକୁ ସୁଦୃଢ଼ କରିବାକୁ ପଡ଼ିବ। ନେତା ଓ କର୍ମୀମାନେ ସଂଗଠନ ପାଇଁ କରୁଥିବା କାର୍ଯ୍ୟର ଆଗାମୀ ଦିନରେ ଜୋନ୍‌ ଓ ପଞ୍ଚାୟତସ୍ତରରେ ସମୀକ୍ଷା କରାଯିବ ବୋଲି ସେ କହିଥିଲେ।

ଦଳୀୟ ଶୃଙ୍ଖଳା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତା ଓ କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନିଆଯିବ ବୋଲି କୁସୁମ କୁମାର କହିଥିଲେ। ଦଳ ପକ୍ଷରୁ ଯାହାଙ୍କୁ ପ୍ରାର୍ଥୀ ଭାବେ ଟିକେଟ୍ ଦିଆଯିବ, ସମସ୍ତ କର୍ମୀ ତାଙ୍କୁ ଏକଜୁଟ ହୋଇ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକରେ ଦଳୀୟ ନେତାମାନେ ବେକାରୀ, ଦରଦାମ ବୃଦ୍ଧି, ପ୍ରଶ୍ନପତ୍ର ଲିକ୍ ଓ ଶିକ୍ଷିତ ଯୁବକ-ଯୁବତୀଙ୍କ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସ ନେତାମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ପ୍ରସଙ୍ଗଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି।

ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ଓ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ବୈଠକରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ପୂର୍ବତନ ଜିଲ୍ଲା ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ସୋନାଲି ସାହୁ, ପ୍ରଦୀପ ସ୍ୱାଇଁ, ସନ୍ତୋଷ ଜେନା, ସ୍ୱାଗତିକା ପଟ୍ଟନାୟକ, ବେଣୁ ଭୋଇ, ଲଲାଟେନ୍ଦୁ ଶତପଥୀ, ସତ୍ୟଜିତ୍ ପଟ୍ଟନାୟକ, ଅଶୋକ ମଙ୍ଗରାଜ, ତପନ ଚକ୍ରବର୍ତ୍ତୀ, ଶିଶିର ପରିଡ଼ା, ସଦାଶିବ ମହାପାତ୍ର, ରଞ୍ଜିତ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ନଳିନୀ ବେହେରା, ଅମିତ୍ ମହାନ୍ତି, ବିଭାଂଶୁ ପଟ୍ଟନାୟକ, ଶିଶିର ମହାନ୍ତି, ଜୟନ୍ତ ଦାସ, ସୌମ୍ୟ ପଟ୍ଟନାୟକ, ସୌମ୍ୟ ବରାଳଙ୍କ ସମେତ ବିଭିନ୍ନ ବ୍ଲକ୍ ଓ ଏନ୍‌ଏସି ସଭାପତି ଏବଂ ଜିଲ୍ଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।