September 23, 2026

ଅସରାଏ ବର୍ଷାରେ NH-57ରେ କୃତ୍ରିମ ପୋଖରୀ!

IMG-20260923-WA0009
Share

 

 

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଅସରାଏ ବର୍ଷା ହେଲେ ଖୋର୍ଦ୍ଧା–ବଲାଙ୍ଗୀର NH-57ର ଜାଗୁଳେଇପାଟଣା ଛକରେ ସୃଷ୍ଟି ହେଉଛି କୃତ୍ରିମ ପୋଖରୀ। ରାସ୍ତା ଉପରେ ଜମି ରହୁଛି ବର୍ଷାଜଳ। ଫଳରେ ପାଣି ତଳେ ଲୁଚିଯାଉଛି ରାସ୍ତାର ଖାଲଖମା। ଏହା ଯାନବାହନ ଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବଢ଼ାଇ ଦେଇଛି।କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତିକରଣ କରାଯାଉଥିବା ବେଳେ, ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା କାହିଁକି ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ପାଣି ତଳେ ଖାଲ ଦିଶୁନାହିଁ, କିନ୍ତୁ ତା’ ତଳେ ଲୁଚି ରହିଛି ବିପଦ। ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ଏଠାରେ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି।

ଏଭଳି ସ୍ଥିତିରେ ଜାଗୁଳେଇପାଟଣା ଛକରେ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କେବେ ହେବ? ଯାତ୍ରୀ ଓ ଯାନବାହନ ଚାଳକଙ୍କ ସୁରକ୍ଷା ପାଇଁ NHAI କର୍ତ୍ତୃପକ୍ଷଙ୍କ ଦୃଷ୍ଟି କେବେ ପଡ଼ିବ, ତାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ।