September 23, 2026
IMG-20260923-WA0008
Share

 

ବରପାଲି – ୨୩/୯(ସୁଦାମ ଦୀପ) ସମ୍ବଲପୁରରୁ ଭୁବନେଶ୍ୱର ଯାତ୍ରା କରୁଥିବା ଜଣେ ଯାତ୍ରୀ ସଦାଶିବପୁର ରେଳ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡିଛି l ମୃତ ଜଣକ ହେଲେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଜାରିଂ ଗ୍ରାମର ଯୁବରାଜ ବନଛୋର ପୁଅ ଶ୍ୟାମ ବନଛୋର ବୋଲି ଚିହ୍ନଟ ହୋଇଛି l ସେ କୌଣସି କାରଣରୁ ସମ୍ବଲପୁରରୁ ଭୁବନେଶ୍ୱର ଅଭିମୁଖେ ଟ୍ରେନରେ ଯାତ୍ରା କରୁଥିଲେ l ସଦାଶିବପୁର ରେଳ ଷ୍ଟେସନ ନିକଟରେ କୌଣସି କାରଣରୁ ଖସିପଡ଼ି ଥିଲେ l ଖବର ପାଇ ତାଳଚେର ଜିଆରପି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଢେଙ୍କାନାଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l ସେଠାରେ ବ୍ୟବଚ୍ଛେଦ କରାଯାଇଥିଲା l ଏ ବିଷୟରେ ଖବର ପାଇଲା ମାତ୍ରେ ବିଜେପୁର ବିଧାୟକ ସନତ କୁମାର ଗଡତିଆଙ୍କ ହସ୍ତ ହସ୍ତକ୍ଷପରେ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହାୟତାରେ ଜିଲ୍ଲା ପରିଷଦ ସଭ୍ୟ ଶୁଶାନ୍ତ ଗଡତିଆ ଯାଇ ମୃତ ଦେହ ନିଜ ଗ୍ରାମ ଜାରିଙ୍ଗ ଗ୍ରାମକୁ ଆଣିଥିଲେ l ମୃତ ଦେହ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକର ପରିବେଶ ଦେଖାଯାଇଥିଲା l ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି l ଘଟଣାର ତଦନ୍ତ ଜିଆର୍ପି ପକ୍ଷରୁ ଜାରି ରହିଛି l