ଆଜିର ଖବର..
୧-ଟୋକିଓ:ଭାରତକୁ ପ୍ରଥମ ସ୍ଵର୍ଣ୍ଣ, ଫାଇନାଲ୍ରେ ଶ୍ରୀଲଙ୍କାକୁ ୧୪୭ ରନରେ ହରାଇଲା ହର୍ମନପ୍ରୀତ ବାହିନୀ।
୨-ପୁରୀ:ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଆଜି, ଅପରାହ୍ନ ୫ଟାରୁ ରାତି ୧୧ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ।
୩-ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାରେ ସ୍କୁଲ ଛୁଟି । ଖୋର୍ଦ୍ଧା, ଗଜପତି, ଗଞ୍ଜାମ , ଜଗତସିଂହପୁର , ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ।
୪-କଟକ:୨୪ରେ ହେବନି ଉଚ୍ଚ ପ୍ରାଥମିକ ମେଧାବୃତ୍ତି ପରୀକ୍ଷା, ଅକ୍ଟୋବର ୩ରେ ହେବ।
୫-କଟକ:ଶିକ୍ଷାନୁଷ୍ଠାନରେ ମାନସିକ ସ୍ଵାସ୍ଥ୍ୟ ସଚେତନତା, ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ।
୬-ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ, ବାତିଲ ହେଲା ଅଧିକାରୀଙ୍କ ଛୁଟି।
୭-ପ୍ରଥମ ଦିନରେ ଚାଲିପାରିଲାନି ବିଧାନସଭା; MMDR ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ପ୍ରବଳ ହଙ୍ଗାମା,୯ ଦିନିଆ ଅଧିବେଶନରୁ ଉଡିଗଲା ପ୍ରଥମ ଦିନ।
୮-ଭୁବନେଶ୍ୱର:ଆବାସ ଯୋଜନାରେ ବଡ଼ ତଥ୍ୟ; ୨୮ ଲକ୍ଷ ୪୨ ହଜାର ଯୋଗ୍ୟ ହିତାଧିକାରୀ ପାଇବେ ପକ୍କା ଘର।
୯-ଗଞ୍ଜାମ ବରହମପୁର ଡିସିପି ଥିବା ସରବଣା ବିବେକ ଏମଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ଵ ,ବ୍ରହ୍ମପୁର ଏସପି ଭାବେ ଅଭିନବ ସୋନକରଙ୍କୁ ଦାୟିତ୍ୱ ଦିଆଯାଇଛି।
୧୦-ଭୁବନେଶ୍ୱର:ମାସେ ପରେ ଝାରପଡ଼ା ଜେଲରୁ ବାହାରିଲେ ଅଟୋ ଚାଳକ, ୩୩ ଦିନ ପରେ ୨୭ଜଣକୁ ମିଳିଲା ଜାମିନ।
୧୧-କଟକ:ବର୍ଷା ସାଜିଲା ବାଧକ, କଟକ ପାନ୍ଥରସ୍-ପୁରୀ ଟାଇଟନ୍ ମ୍ୟାଚ୍ ବାତିଲ।
୧୨-ଡିଜେ ଓ ସାଉଣ୍ଡ ସିଷ୍ଟମ୍ ବ୍ୟବହାରକୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୬ ସପ୍ତାହରେ ଆସିବ ଗାଇଡଲାଇନ୍।
୧୩-ନୂଆପଡ଼ାରେ ଭିଜିଲାନ୍ସ ରେଡ୍, ଜବତ ହେଲା କଲରାପତରିଆ ଚମଡ଼ା; ଶିକାରୀ ଗିରଫ।
୧୪-ଇନଫୋସିଟି ଛକରେ ସିରିଜ ଦୁର୍ଘଟଣା, ଏକାସାଙ୍ଗେ ୫ ଗାଡ଼ିକୁ ଧକ୍କା ଦେଲା ୪ଚକିଆ ମିନି ଟ୍ରକ।
୧୫-ରେଙ୍ଗାଲି କ୍ୟାମ୍ପ:ପିକଅପ୍ ଧକ୍କାରେ ଗୁପଚୁପ୍ ବେପାରୀ ମୃତ, ୨ କିମି ଘୋଷାଡ଼ି ନେଲା ଗାଡ଼ି; କ୍ଷତିପୂରଣ ଦାବିରେ ରାସ୍ତାରୋକ।
୧୬-ନାଗୋୟା:ପୁରୁଷ ହକିରେ ଭାରତର ଦ୍ଵିତୀୟ ବିଜୟ, ଶ୍ରୀଲଙ୍କା ୧୬-୧ଗୋଲରେ ପରାସ୍ତ।
୧୭-ନୂଆଦିଲ୍ଲୀ:ସ୍ମାର୍ଟ୍ ଫୋନ୍ ସ୍କ୍ରିନ ଗାର୍ଡ ପାଇଁ BIS ପଞ୍ଜିକରଣ ଜରୁରୀ।
୧୮-ଟି୨୦ କ୍ରିକେଟରେ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ: ୨୦୦ଟି ମ୍ୟାଚ୍ ଜିତିବାରେ ଦୁନିଆର ପ୍ରଥମ ଦେଶ।
୧୯-ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ସୂଚନା ଦେଲେ ସାଂସଦ ନବଚରଣ ମାଝୀ।
୨୦-ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅନନ୍ତ ନାଗଙ୍କୁ ମିଳିଲା ଦାଦାସାହେବ ଫାଲକେ ଆୱାର୍ଡ, କାର୍ତ୍ତିକ, ମାମୁଟି, ୟାମୀ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ।
୨୧-ଇରାନକୁ ଟ୍ରମ୍ପଙ୍କ ଚରମବାଣୀ: ଚୁକ୍ତି, ନ ହେଲେ ସମୂଳେ ବିନାଶ!
