September 22, 2026

୨୩୨ ଜଣ ଛାତ୍ରଛାତ୍ରୀ ଦେଲେ ନବମ ଶ୍ରେଣୀ ଏନ୍‌ଆରଟିଏସ୍ ପରୀକ୍ଷା

IMG-20260922-WA0094
Share

 

ବୁଗୁଡ଼ା : ତା ୨୨/୦୯/୨୬ :(ହର ପ୍ରସାଦ ପାଢି) – ସ୍ନାନୀୟ ପିପୁଲ୍ଲ ହାଇସ୍କୁଲ

କେନ୍ଦ୍ରରେ ଆଜି ନବମ ଶ୍ରେଣୀ ଜାତୀୟ ଗ୍ରାମୀଣ ମେଧା

ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୨୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଉକ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଦାୟିତ୍ବରେ ପିପୁଲ୍ସ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶଙ୍କର ଦାସ ଏବଂ ଡେପୁଟି ସୁପରିଟେଣ୍ଡେଣ୍ଟ ଦାୟିତ୍ବରେ ସହକାରୀ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ ରହିଥିବା ବେଳେ ଉଷାରାଣୀ ସିଂ, ବିଶ୍ଵେଶ୍ବର ଗିରି , ସୁଚିତ୍ରା ବିଷୋୟୀ, ସିମାଞ୍ଚଳ ପାଇକ, ଶିବାନନ୍ଦ ସୁବୁଦ୍ଧି , ସୁସ୍ମିତା କୁମାରୀ ପଟ୍ଟନାୟକ ଏବଂ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମତା ଚୌଧୁରୀ ଓ ଲୋପାମୁଦ୍ରା ପଣ୍ଡା ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀ କକ୍ଷ ନିରୀକ୍ଷକ ଭାବେ ନିଯୋଜିତ ଥିଲେ । ଉକ୍ତ କେନ୍ଦ୍ରରେ ପର୍ଯ୍ଯବେକ୍ଷକ ଭାବେ ଏବିଇଓ କୃଷ୍ଣଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ।