September 23, 2026
IMG-20260922-WA0084
Share

 

 

ହାଟଡିହି ତା ୨୨/୯(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ସୋସୋ ଥାନା ରାଇନଟା ଗ୍ରାମର ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି l ପୋଲିସ ମଙ୍ଗଳବାର ମୃତ ଦେହ ଜବତ କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ବ୍ୟବଛେଦ କରାଇଛି l ଅପମୃତ୍ୟୁ ମାମଲା ନଂ ୧୪/୨୦୨୬ ପଞ୍ଜିକରଣ କରାଯାଇ ତଦନ୍ତ କରାଯାଉଥିବା ଥାନାଧିକାରିଣୀ କାନନ ସାହୁ କହିଛନ୍ତି l ସୂଚନାରୁ ଜଣାଯାଇଛି ଯେ ବିଷ୍ଣୁ ଦେହୁରୀ (୩୯ ବର୍ଷ) ଗତ ସୋମବାର ଗାଧୋଇବାକୁ ନିକଟସ୍ଥ ପୁରୁଣାପାଣି ମୋରମ ଗାଡିଆକୁ ଯାଇଥିଲେ l କିନ୍ତୁ ଆଉ ଘରକୁ ଫେରିନଥିଲେ l ମଙ୍ଗଳବାର ସକାଳୁ ତାଙ୍କ ଶରୀର ପାଣିରେ ଭାସୁଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାଣିରୁ ବିଷ୍ଣୁଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲା l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l