September 22, 2026

ହିର୍ଲିପାଲିରେ ‘ସ୍ବପ୍ନର ଭାରତ ପରିକଳ୍ପନା..

IMG-20260922-WA0007
Share

 

 

ବରଗଡ,22/9

 

ଅତାବିରା ବ୍ଲକ ହିର୍ଲିପାଲି ଉଚ୍ଚ

ବିଦ୍ୟାଳୟରେ ‘ସେବା

ସଂକଳ୍ପ

ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କ

ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ

ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ ମୁଖ୍ୟ

ଅତିଥୁ, ବିଦ୍ୟାଳୟ ପରିଚାଳନା କମିଟି

ସଭାପତି ରିଙ୍କୁ ଭୋଇ ସମ୍ମାନିତ ଅତିଥ୍‌

ଭାବେ ଯୋଗ ଦେଇ ମତ ବ୍ୟକ୍ତ

କରିଥିଲେ। ପରେ ‘ସ୍ଵପ୍ନର ଭାରତ’

ଶୀର୍ଷକ ବିଷୟବସ୍ତୁ ନେଇ ଅନୁଷ୍ଠିତ

ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା

ଅନୁଷ୍ଠିତ ହୋଇଥିଲା। ବକ୍ତୃତା

ପ୍ରତିଯୋଗିତାରେ ସୁଶ୍ରୀ ସାହୁ ପ୍ରଥମ,

ତୃପ୍ତି ପ୍ରଧାନ ଦ୍ଵିତୀୟ ମୁଷ୍କନ ସେଠ୍

ତୃତୀୟ ଚିତ୍ରାଙ୍କନରେ ରମନ୍ ପ୍ରଧାନ

ପ୍ରଥମ, ବେଦବୀର ପ୍ରଧାନ ଦ୍ଵିତୀୟ

ଭାସ୍ଵତୀ ନାୟକ ତୃତୀୟ ହୋଇ ପୁରସ୍କୃତ

ହୋଇଥିଲେ। ବିଦ୍ୟାଳୟ କର୍ମଚାରୀ

ଅଚ୍ୟୁତ ନାଥ କାର୍ଯ୍ୟକ୍ରମ ପରିଚାଳନାରେ

ସହଯୋଗ କରିଥିଲେ ।

You may have missed