September 22, 2026

ପ୍ରପର୍ଟି ଓଡିଶାର ସାୱନ ସେଲିବ୍ରେସନ କାର୍ଯ୍ୟକ୍ରମରେ ଏଫ.ଏଫ.ସି. ଓ ଫେମି ୱାକର୍ସ କ୍ଲବ ସମ୍ବର୍ଦ୍ଧିତ:

IMG-20260922-WA0009
Share

 

 

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ୱାକର୍ସ ଇଣ୍ଟରନ୍ୟାସନାଲ ଦ୍ୱାରା ଅନୁବନ୍ଧିତ ଫନ୍ ଆଣ୍ଡ ଫିଟନେସ ୱାକର୍ସ କ୍ଲବ ଓଡିଶାରେ ସ୍ୱାସ୍ଥ୍ୟ ସଚେତନତା ଓ ଭାଇଚାରା ସୃଷ୍ଟି ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଉଥିବାରୁ ପ୍ରପର୍ଟି ଓଡିଶା (Property Odisha) ପକ୍ଷରୁ ଏଫ.ଏଫ.ସି. ଓ ଫେମି ୱାକର୍ସ କ୍ଲବକୁ ସମ୍ବର୍ଦ୍ଧିତ କରାଯାଇଛି।

ଭୁବନେଶ୍ୱରସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ ଗାର୍ଡେନରେ ତା ୧୯/୦୯/୨୦୨୬ ରିଖରେ ଆୟୋଜିତ “ମେଗା ପ୍ରପର୍ଟି ଏକ୍ସପୋ ୨୦୨୬” ଉତ୍ସବରେ ଏହାର କର୍ମକର୍ତ୍ତା ସଭାପତି ସୁଧାକର ଷଡ଼ଙ୍ଗୀ, ସମ୍ପାଦକ ସୌଭାଗ୍ୟ ନାୟକ, କୋଷାଧକ୍ଷ ପ୍ରଦୀପ୍ତ ପଣ୍ଡା, ଉପଦେଷ୍ଟା କେଦାର ପଟ୍ଟନାୟକ, ପ୍ରାକ୍ତନ ସଭାପତି ଆଶିଷ ପଟ୍ଟନାୟକ, ପ୍ରଦୀପ ରାଉତ, ଶିଶିର ଷଡ଼ଙ୍ଗୀ, ସିଦ୍ଧାର୍ଥ ଚୌଧୁରୀ, ମୋହନ ମହାପାତ୍ର, କ୍ରିଷ୍ଣା ନାୟକ, ଏ ସଲାମ ଖାନ ପ୍ରମୁଖ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବରେ ଏଫ.ଏଫ.ସି.ର ପ୍ରାକ୍ତନ ଉପସଭାପତି ରିୟା ଖାନ ଏବଂ ଫେମି ୱାକର୍ସ କ୍ଲବର ସଭାପତି ସଂଯୁକ୍ତା ପଣ୍ଡା ଓ ସାଥୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାୱନ ସେଲିବ୍ରେସନ ଉପସ୍ଥାପନା କରାଯାଇଥିଲା।

ଶ୍ରାବଣ ମାସ ବା ସାୱନ ହେଉଛି ବର୍ଷାଋତୁର ପ୍ରାକୃତିକ ସୌନ୍ଦର୍ଯ୍ୟ, ପରିବେଶ ପ୍ରଦୂଷଣ ମୁକ୍ତ ଜୀବନ୍ତ ସବୁଜିମାର ସମ୍ମୋହନ ଯାହାକି ବର୍ଷର ସ୍ମରଣୀୟ ଓ ଆଧ୍ୟାତ୍ମିକ ଭାବାବେଗର ସମିଶ୍ରଣ। ଏହି ଯୁଗାନ୍ତକାରୀ ଋତୁର ବର୍ଣ୍ଣନାକୁ ରୂପ ଦେଇଥିଲେ ଫେମି ୱାକର୍ସ କ୍ଲବର ସଭାପତି ସଂଯୁକ୍ତା ପଣ୍ଡା ଓ ତାଙ୍କର ସାଥି ଜୟନ୍ତୀ ସିଂ, ସୁଶ୍ରୀ ସଙ୍ଗୀତା, ଶ୍ୱେତପଦ୍ମା, ଶ୍ରୀଲତା ଚୌଧୁରୀ, ଲିପ୍ସା ମହାପାତ୍ର, ଅପର୍ଣ୍ଣା, ମମତା, ସବିତା, ଶ୍ରଦ୍ଧା, ଗୀତାଞ୍ଜଳି ପୃଷ୍ଟି ଏବଂ ଏଫ.ଏଫ.ସି.ର ପ୍ରାକ୍ତନ ଉପସଭାପତି ରିୟା ଖାନ, ସୁମିତ୍ରା ବେହେରା, ମନ୍ଦାକିନୀ, ସ୍ୱପ୍ନା, ତପସ୍ୱିନୀ ସାହୁ, ଅପର୍ଣ୍ଣା, ସ୍ବର୍ଣ୍ଣ ରାଉତ, ଯଶୋଦା, ଶ୍ରୀଲତା ଓ ଚିନ୍ମୟୀ, ଯାହାକି ଚିତ୍ତାକର୍ଷକ ଓ ମନମୁଗ୍ଧକର ହୋଇଥିଲା।

You may have missed