September 22, 2026

କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ

IMG-20260922-WA0002
Share

 

ବରପାଲି : (ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କନବାରର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳନ ନେଇ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସାନନ୍ଦ କୁମାର ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ବୈଠକରେ ବରଗଡ଼ ସବଡିଭିଜନର ସାଂସଦ ପ୍ରତିନିଧି ଲିପସିତ ମିଶ୍ର ବିଶିଷ୍ଟ ଅତିଥି ଭାବେ, ଶତବାର୍ଷିକୀ ପାଳନ କମିଟିର ବୟୋଜ୍ୟେଷ୍ଠ ସଭାପତି ଭୋଜରାଜ ପଧାନ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୋପ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଶାନ୍ତ ଭୋଇ ମଞ୍ଚ ପରିଚାଳନା କରିଥିଲେ।ସୂଚନାନୁଯାୟୀ, ଏହି ବିଦ୍ୟାଳୟ ୨୦୨୬ ମସିହା ଡିସେମ୍ବର ମାସରେ ଶିକ୍ଷାଦାନର ୧୦୦ ବର୍ଷ ପୂରଣ କରିବ। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ ତିନିଦିନ ଧରି ଶତବାର୍ଷିକୀ ଉତ୍ସବ ପାଳନ କରାଯିବ। ଗ୍ରାମବାସୀଙ୍କ ସହଯୋଗରେ ଉତ୍ସବକୁ ଧୁମଧାମରେ ପାଳନ କରିବା ସହ ବିଦ୍ୟାଳୟ ପକ୍ଷରୁ ଏକ ସ୍ମରଣିକା ପ୍ରକାଶ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ମତବିନିମୟ ହୋଇଥିଲା। ଶତବାର୍ଷିକୀ ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ଆୟୋଜକ କମିଟି ସହ ଭୁବନେଶ୍ୱର ଯାଇ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିବାକୁ ସାଂସଦ ଶ୍ରୀ ପୁରୋହିତ ପ୍ରତିଶ୍ରୁତି ଦେଇଥିଲେ।ସେହିପରି ଉତ୍ସବରେ ପ୍ରଶାସନିକ ସ୍ତରର ସମସ୍ତ ଅଧିକାରୀ ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସାଂସଦ ପ୍ରତିନିଧି ଲିପସିତ ମିଶ୍ର କହିଥିଲେ।ବୈଠକ ଶେଷରେ ଶିକ୍ଷୟିତ୍ରୀ ସେବା ବିନିମୟ ମୁକ୍ତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed