September 20, 2026

ପୁରୀ TPCODL ଉପରେ ଗର୍ଜିଲେ ବିଦ୍ୟୁତ କର୍ମଚାରୀ

IMG-20260920-WA0023
Share

…..TPCODL ପୁରୀ ବିଦ୍ୟୁତ ବିଭାଗ ରେ ସୁଜନିକ୍ସ କମ୍ପାନୀ ଜରିଆରେ ମିଟର ରିଡିଂ, ବିଲ ଆଦାୟ କାର୍ଯ୍ୟ କରୁଥିବା ଶତାଧିକ କର୍ମଚାରୀ ମାନଙ୍କର ପ୍ରତ୍ୟେକ ମାସରେ ବେଆଇନ ଭାବେ ଶ୍ରମ ଆଇନକୁ ବେଖାତିର କରି ଦରମା କଟା ଯାଉଥିବା ବିଷୟ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବାରେ ଆଲୋଚନା ଜାରି ଥିବା ବେଳେ ଏହି ଭଳି ଦରମା କଟାଯିବା ଶ୍ରମ ଆଇନ ବିରୋଧୀ ବୋଲି ଶ୍ରମ ବିଭାଗ ତରଫରୁ ଏହାର ସମାଧାନ 7 ଦିନ ମଧ୍ୟ ରେ କରିବା ପାଈଁ କୁହାଯାଇଥିଲେ ମଧ୍ୟ ଓଡିଶା ଶ୍ରମ ଆଇନ ଓ ଶ୍ରମ କାର୍ଯ୍ୟାଳୟକୁ ବେଖାତିର କରି ଅଗଷ୍ଟ ମାସର ଦରମାରୁ 50 ପ୍ରତିଶତ କଟାଯାଇଛି, ଏହି ବିଷୟ ନେଇ ଜଣାଇବା ପରେ ଭୁଲ ରେ କଟିଯାଇଛି ଆମେ ଦେଇଦେବୁ କହି ଆଜି କାଲି କହି ନଦେବାରୁ ପୁରୀ ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚ ତରଫରୁ ଆବାହକ ଶ୍ରମିକ ନେତା ତଥା ଓକିଲ ଶ୍ରୀକାନ୍ତ ପରିଜା ଙ୍କ ନେତୃତ୍ୱ ରେ ସାଧାରଣ ସମ୍ପାଦକ ନୃସିହ ଚରଣ ଦାସ, ମନୋଜ କୁମାର ରାଉତରାୟ, ବିମଳ ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ମିଟର ରିଡର ଓ ବିଲ କଲେକ୍ଟର ମାନେ ଗୁଣ୍ଡିଚା ମନ୍ଦିର ନିକଟରୁ ରାଲି କରି ଆସିବା ସହ TPCODL ପୁରୀ ବିଦ୍ୟୁତ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ କରିଥିଲେ ଏହି ଘେରାଉ କାର୍ଯ୍ୟକ୍ରମ ରେ ଆମ ଆଦମୀ ପାର୍ଟି ପୁରୀ ଜିଲ୍ଲା ସଭାପତି ସଂଜୀବ ମହାନ୍ତି ତାଙ୍କର ସମର୍ଥନ କରିବା ସହ ବେଆଇନ ଭାବେ ଦରମା କାଟିବାକୁ ନିନ୍ଦା କରିଥିଲେ ଏଥି ପାଈଁ ତାଙ୍କ ଦଳ ଲଢେଇ କରିବ ବୋଲି ପ୍ରକାଶ କରିଥିଲେ, ଆଜିର ଏହି କାର୍ଯ୍ୟକ୍ରମ କୁ ସୂର୍ଯ୍ୟନାରାୟଣ ଦାଶ, ଲୋକନାଥ ଗଡ଼ନାୟକ, ଶରତ ଚନ୍ଦ୍ର ଦାଶ ପୁରୁଷୋତମ ମିଶ୍ର, ଶାନ୍ତନୁ ମିଶ୍ର, ଗୋପାଳ ସ୍ୱାଇଁ, ନିରଞ୍ଜନ ବେହେରା ମଧୁସୂଦନ ଆଚାରୀ, ବଦ୍ରି ମହାନ୍ତି ଶେଷଦେବ ରାୟ ପ୍ରମୁଖ ପରିଚାଳନା କରିବା ସହ ତୁରନ୍ତ ଏହାର ସମାଧାନ କରା ନ ଗଲେ TPCODL ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସମାଧାନ ହେଲା ପର୍ଯ୍ୟନ୍ତ ଆହୋରାତ୍ର ଧାରଣା ଦିଆଯିବ ଏଥିପାଇଁ ଯାହା ଅସୁବିଧା ସୃଷ୍ଟି ହେବ TOCODL ଅଧିକାରୀ ଓ ଶ୍ରମ ବିଭାଗ ଦାୟୀ ରହିବେ l ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l