September 19, 2026

ପ୍ରଦୀପ ପ୍ରଜ୍ୱଳନ କରି ଜସ୍ୱସୀ ପ୍ରଧାନ ମନ୍ତ୍ରୀ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ସୋରଡ଼ା ବିଧାୟକ 

IMG-20260919-WA0087
Share

 

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ (ଉପାନ୍ତ ଖବର ) ବିଶ୍ୱ ନେତା , ପ୍ରଧାନ ସେବକ ,ଜସ୍ୱସୀ ପ୍ରଧାନ ମନ୍ତ୍ରୀ ତଥା ବିଶ୍ଵର ସର୍ବ ଶ୍ରେଷ୍ଠ ନେତା ନରେନ୍ଦ୍ର ମୋଦୀଙ୍କର ୭୬ ତମ ଜନ୍ମତିଥି ପାଳନ ନିମନ୍ତେ ମା ବୁଢାକେନ୍ଦୁ ମନ୍ଦିର ଠାରେ ସୋରଡା ବିଧାୟକ ଶ୍ରୀ ନିଳମଣୀ ବିଷୋୟୀ ନିଜ ଦଳୀୟ କର୍ମୀ ସମର୍ଥିକଙ୍କ ସହ ମିଶି ଦିପ ପ୍ରଜ୍ବଳନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବିଧାୟକ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ନାୟକ, ବେଲଗୁଣ୍ଠା ତହସିଲଦାର ଶ୍ରୀ କଳାକୃଷ୍ଣ ପ୍ରଧାନ , ବେଲଗୁଣ୍ଠା ବ୍ଳକ୍ B.D.O ଶ୍ରୀ ସିଙ୍ଗିପୁରମ୍ ହରି , ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ଶ୍ରୀ ସୁରେନ୍ଦ୍ର ଡାକୁଆ , କ୍ଷତ୍ରୀୟବରପୁର ସରପଞ୍ଚ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ଙ୍କ ସହ ବହୁ ବୁଦ୍ଧିଜୀବି ଯୋଗ ଦେଇ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦିଘାୟୁ ଜିବନ କାମନା କରିବା ସହ ମୋଦିଜୀ ଙ୍କ ସୁସ୍ଥ କାମନା କରିଥିଲେ ।