September 19, 2026

ଗଣେଶ ପୂଜା ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

IMG-20260919-WA0078
Share

 

 

ଅଜିତ୍ କୁମାର ଭୋଇ ଉପାନ୍ତ ଖବର (୧୯/୦୯) ଅନୁଗୋଳ : ପବିତ୍ର ଗଣେଶ ପୂଜା ଅବସରରେ ଅନୁଗୋଳ ୱାର୍ଡ ନଂ ୬ ଆମ୍ବେଦକର ନଗର ଠାରେ ଆଜାଦ୍ ମଜଦୂର ସଂଘ ଏବଂ ଇନ୍ଦିରା କ୍ଲବ୍ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଅନୁଗୋଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଅରୁଣାଭ ସିଂହ, କାଉନସିଲର ୱାର୍ଡ ନଂ ୫ ଶ୍ରୀ ରଞ୍ଜିତ୍ ମଣ୍ଡୋଠିଆ, କାଉନସିଲର ୱାର୍ଡ ନଂ ୧୬ ଶ୍ରୀ ସଦାନନ୍ଦ ପଣ୍ଡା, କାଉନସିଲର ୱାର୍ଡ ନଂ ୧୯ ଶ୍ରୀ ବଳରାମ ଜେନା, ଅନୁଗୋଳ ନଗର ବିଜେଡ଼ି ସଭାପତି ଶ୍ରୀ ବୃନ୍ଦାବନ ସ୍ୱାଇଁ, ଅନୁଗୋଳ ନଗର ବିଜେଡ଼ି ଉପ ସଭାପତି ଶ୍ରୀ ସୁଜିତ ନନ୍ଦ, ବିଶିଷ୍ଟ ସମାଜସେବୀ ଶ୍ରୀ ପ୍ରଦ୍ୟୁମ୍ନ ନନ୍ଦ, ସମାଜସେବୀ ଶ୍ରୀ ଦୁର୍ଗା ପ୍ରସାଦ ଦାସ, ବିଶିଷ୍ଟ ସମାଜସେବୀ ଡ଼ଃ ଅସିତ୍ ପ୍ରଧାନ, ବିଶିଷ୍ଟ ସମାଜସେବୀ ଶ୍ରୀ ଅଭିମନ୍ୟୁ ସାହୁ, ସମାଜସେବୀ ଡ଼ଃ ଶକ୍ତି ପ୍ରସାଦ ସାହୁ, ସମାଜସେବୀ ଶ୍ରୀ ବାପି ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। କାଉନସିଲର ୱାର୍ଡ ନଂ ୬ ତଥା ଇନ୍ଦିରା କ୍ଲବ୍ ସଭାପତି ଶ୍ରୀ ସୁଶୀଲ ମୁଖୀ ଓ ସମ୍ପାଦକ କରନ ମୁଖୀ ଏବଂ ଆଜାଦ୍ ମଜଦୂର ସଂଘର ସଭାପତି ଶ୍ରୀ ଶଙ୍କର ବେହେରା ଓ ସମ୍ପାଦକ ବିନୋଦ ବେହେରା ନେତୃତ୍ୱରେ ଏବଂ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲକ ବ୍ୟାଙ୍କ କର୍ମଚାରୀ ଏବଂ ଡାକ୍ତର ରକ୍ତ ସଂଗୃହୀତ କରିଥିଲେ।