September 19, 2026

ପାରଳାଖେମୁଣ୍ଡି ସହରର କେତକ ମୌଳିକ ସମସ୍ୟା କୁ ନେଇ ଗଜପତି ଜିଲ୍ଲାର ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ବିଧାୟକଙ୍କୁ ଦାବୀ ପତ୍ର ପ୍ରଦାନ 

IMG-20260919-WA0067
Share

ପାରଳାଖେମୁଣ୍ଡି:୨୦/୯(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର କେତକ ସମସ୍ୟା କୁ ନେଇ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ ଓ ସାଙ୍ଗଠନିକ ସମ୍ପାଦକ ଶ୍ରୀ ବିନୋଦ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ଓ ଯୁଗ୍ମ ସମ୍ପାଦକ ଶ୍ରୀ ଲବ ଜେନ୍ନା, କୋଷାଧ୍ୟକ୍ଷ ଶ୍ରୀ ବିଶିକେଶନ ମହାପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଉଗ୍ରସେନ ଜେନ୍ନା, ଶ୍ରୀ ସୁରେନ୍ଦ୍ର ନାଥ ରଥ, ଶ୍ରୀ ସୁରେନ୍ଦ୍ର ନାଥ ପାଢୀ, ଶ୍ରୀ ପଦ୍ମନ କୁମାର ପାଢୀ, ଶ୍ରୀ ରାଜେନ୍ଦ୍ର କୁମାର ପଢିଆରୀ, ଶ୍ରୀ ରାମ ଗୋପାଳ ଗୌଡ ସଦସ୍ୟ ମାନଙ୍କ ଉପସ୍ଥିତିରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଇଞ୍ଜିନିୟର ରୂପେଶ କୁମାର ପାଣିଗ୍ରାହୀ, ପାରଳାଖେମୁଣ୍ଡିକୁ ମଞ୍ଚ ତରଫରୁ କେତେକ ମୌଳିକ ସମସ୍ୟା ଉପରେ ଦାବିପତ୍ର ପ୍ରଦାନ କରିଥିଲେ

ପାରଳାଖେମୁଣ୍ଡି ପରି ଐତିହପୂର୍ଣ୍ଣ ସହରରେ ଦୈନନ୍ଦିନ ବଜାର ଏକ କଳଙ୍କ ସଦୃଶ୍ୟ ଦଣ୍ଡାୟମାନ । ଏହାର ଆଶୁନବିକରଣ ଆବଶ୍ୟକ । ଏଥିନିମିତ୍ତ ଆପଣ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିହିତ ପଦକ୍ଷେପ ନେବାକୁ ଅନୁରୋଧ ।

ସ୍ଥାନୀୟ ଫରେଷ୍ଟଗେଟ୍ ଠାରୁ ରେଳଷ୍ଟେସନ୍ ପର୍ଯ୍ୟନ୍ତ ଟ୍ରେନର ସମୟସାରଣୀ ଅନୁସାରେ ଆମବସ୍ ର ବ୍ୟବସ୍ଥା କରାଗଲେ ସାଧାରଣଜନତା ଉପକୃତ ହେବେ । ଏଥିନିମିତ୍ତ ଆପଣ ପରିବହନ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ଏ ଦିଗରେ ବ୍ୟବସ୍ଥା କରିବାକୁ ଅନୁରୋଧ ।ସଦର ମହକୁମା ଚିକିତ୍ସାଳୟରେ ୧୨୯ ଗୋଟି ଚିକିତ୍ସକ(ଡକ୍ଟର) ପଦବୀ ଅନୁମୋଦିତ ଥିଲେ ବି ବର୍ତ୍ତମାନ ୩୫ ଜଣ ଚିକିତ୍ସକ(ଡକ୍ଟର) ନିଯୁକ୍ତି ପାଇଥିବା ଯୋଗୁଁ ଯଥାର୍ଥ ଚିକିତ୍ସା ପାଇବାରୁ ରୋଗୀ ସମୂହ ବଞ୍ଚିତ ହେଉଛନ୍ତି । ଅନୁରୋଧ ଆପଣ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଚିକିତ୍ସକ(ଡକ୍ଟର) ନିଯୁକ୍ତି ସମସ୍ୟାର ସମାଧାନ କରାଯାଉ ।ଓଡିଶାର ଦ୍ୱିତୀୟ ପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟକୁ, ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ବରିଷ୍ଠ ନାଗରିକ ମଞ୍ଚ ପାରଳାଖେମୁଣ୍ଡି ତରଫରୁ ଅନୁରୋଧ କରୁକି, ଆପଣ ଉପର ମହଲରେ ଚାପ ପ୍ରୟୋଗ କରି କାର୍ଯ୍ୟାନ୍ୱୟନ କରନ୍ତୁ ।ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ବି.ଏଡି(B.Ed) ପାଠ୍ୟକ୍ରମର ବ୍ୟବସ୍ଥା ନଥିବାର ସ୍ଥାନୀୟ ଛାତ୍ରଛାତ୍ରୀ ଆର୍ଥିକ ଦୂରାବସ୍ଥାରେ ବି ଅନ୍ୟତ୍ର ଯାଇ ବି.ଏଡି. (B.Ed) ପାଠ ପଢୁଛନ୍ତି ଓ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଏହି ବି. ଏଡି. ପାଠ୍ୟକ୍ରମ କରିବାରୁ ବଞ୍ଚିତ ହେଉଛନ୍ତି । ତେଣୁ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ବି. ଏଡି. (B.Ed) ପାଠ୍ୟକ୍ରମ ଖୋଲିବା ପାଇଁ ବ୍ୟବସ୍ଥା କରାଯାଉ ।ଶେଷରେ ମଞ୍ଚ ତରଫରୁ ମାନ୍ୟବର ପାରଳା ବିଧାୟକ ଇଞ୍ଜିନିୟର ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀଙ୍କୁ ଉକ୍ତ ପ୍ରସ୍ତାବ ଗୁଡିକୁ ଉଦାରତାର ସହ ସହଯୋଗ ଆଶ୍ୱାଶନା ଦେଇଥିବାରୁ ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ ଓ ସମ୍ପାଦକ ଶ୍ରୀ ବିନୋଦ ବିହାରୀ ପଣ୍ଡା ମାନ୍ୟବର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l