September 17, 2026

ନିରାକାରପୁରରେ ଏସି କମ୍ପ୍ରେସର ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର

hand
Share

 

 

ଖୋରଧା, (ପ୍ରିୟଙ୍କା ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଅଘଟଣ। ଘର ରଙ୍ଗ କାମ ଚାଲିଥିବା ବେଳେ ଏକ ଏସି କମ୍ପ୍ରେସର ବିସ୍ଫୋରଣ ହେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ରଙ୍ଗ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ନିରାକାରପୁର ନନପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ସ୍ଥାନୀୟ ପାଣ୍ଡବପାଟଣା ଗ୍ରାମର କାଳୁ ବରାଳ (୩୦) ରଙ୍ଗ କାମ କରୁଥିଲେ। ଏହି ସମୟରେ ଘରେ ଥିବା ଏକ ଏସି କମ୍ପ୍ରେସର ହଠାତ୍ ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ପ୍ରଭାବରେ ରଙ୍ଗ ମିସ୍ତ୍ରୀ କାଳୁ ବରାଳ ଓ ଘର ମାଲିକାଣୀ କୁଷୁମ ରାଉତରାୟ (୫୦) ଗୁରୁତର ଭାବେ ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲକୁ ପଠାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରଙ୍ଗ ମିସ୍ତ୍ରୀ କାଳୁ ବରାଳଙ୍କ ମୃତ୍ୟୁ ଘଟିଥିବାବେଳେ କୁଷୁମ ରାଉତରାୟଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଏହି ଘଟଣା ପରେ ନିରାକାରପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

You may have missed