ଜଟଣୀ ମେଡିକାଲ ଛକରେ ଶ୍ରୀଗଣେଶଙ୍କ ପୂଜା

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଜଟଣୀ ମେଡିକାଲ ଛକସ୍ଥିତ ଗଣେଶ ମଣ୍ଡପରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ସାଂସଦ ପ୍ରତିନିଧି ସତୀଶ ଶର୍ମା, ଜଟଣୀ ବିଜେପି ପ୍ରଭାରୀ ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଲିଟୁ ରଞ୍ଜନ ରାଉତରାୟ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ବେହେରା ଓ ଜଟଣୀ ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୁପମା କର ପ୍ରମୁଖ ଯୋଗଦେଇ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଥିଲେ।
ଏହି ଅବସରରେ ଜଟଣୀ ନଗରପାଳିକା ସମେତ ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ରହିଥିଲେ। ପୂଜା ମଣ୍ଡପ ପକ୍ଷରୁ ସଭାପତି ଶରତ ସାମନ୍ତରାୟ ଓ ସମ୍ପାଦକ ପ୍ରୀତିରଞ୍ଜନ ପାତ୍ର ଉପସ୍ଥିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଶ୍ରୀଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ଏହି ଅବସରରେ କାମନା କରାଯାଇଥିଲା।
