September 17, 2026

ବ୍ରହ୍ମପୁର ମହାନଗର ଅନ୍ତର୍ଗତ ମିଲିଟାରୀ ଲେନ୍ ସ୍ଥିତ ମୁକ୍ତେଶ୍ଵର ମନ୍ଦିର ଠାରେ ସେବା ସଂକଳ୍ପ ଅଭିଯାନ”ରେ ସାମିଲ ହୋଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ରେ ଦୀପ ଜାଳି ଦୀର୍ଘାୟୁ କାମନା କରିଥିଲେ 

IMG-20260917-WA0151
Share

 

 

ପାରଳାଖେମୁଣ୍ଡି:୧୭/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଜଣେ ସେବକର ନିଷ୍ଠା ଯେବେ ନାୟକର ସଂକଳ୍ପରେ ରୂପାନ୍ତରିତ ହୁଏ, ସେତେବେଳେ “ନରେନ୍ଦ୍ର” ଙ୍କ ନେତୃତ୍ୱରେ ନବଭାରତର ନିର୍ମାଣ ହୁଏ । ଦୂରଦର୍ଶୀ ନେତୃତ୍ୱ, ୧୪୫ କୋଟି ଭାରତବାସୀଙ୍କ ଆଶା, ବିଶ୍ୱାସ ଓ ବିକାଶର ସଂକଳ୍ପକୁ ନୂଆଦିଗ ଦେଇ ମା’ ଭାରତୀର ସେବାରେ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଏକ ସମର୍ପିତ ସମିଧ । ଜନସେବାକୁ ଜୀବନର ସଂକଳ୍ପ କରିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ସେବା ହିଁ ପରମଧର୍ମ” ସଂକଳ୍ପସିଦ୍ଧ ନେତୃତ୍ୱରେ ଗରିବୀ ଓ ଅସମାନତାର ଅନ୍ଧକାର ଦୂର ହୋଇ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ର ମନ୍ତ୍ର ଆଜି ପ୍ରତି ଦେଶବାସୀଙ୍କ ହୃଦୟରେ ‘ବିକାଶର ମହାମନ୍ତ୍ର’ ହୋଇ ଗୁଞ୍ଜରିତ ହେଉଛି । ଭିତ୍ତିଭୂମିରୁ ଭବିଷ୍ୟତ, ଗ୍ରାମାଞ୍ଚଳରୁ ଅନନ୍ତ ମହାକାଶ, ମୋଦିଙ୍କ ବିଶାଳ ଦୂରଦୃଷ୍ଟି ଦେଶବାସୀଙ୍କୁ କେବଳ ସ୍ୱପ୍ନ ଦେଖାଇନାହିଁ, ବରଂ ସ୍ୱପ୍ନକୁ ସାକାର କରିବାର ସାହସ ଓ ଶକ୍ତି ଦେଇଛି । ‘ବସୁଧୈବ କୁଟୁମ୍ବକମ୍’ ର ମନ୍ତ୍ର ଦ୍ଵାରା ବିଶ୍ଵ ଦରବାରରେ ଭାରତର ଗୌରବ ବୃଦ୍ଧି କରିଥିବା ସର୍ବାଧିକ ଲୋକପ୍ରିୟ ନେତା ତଥା ନୂଆ ଭାରତର ବିଶ୍ୱକର୍ମା, ବିଶ୍ୱର ଅଦ୍ୱିତୀୟ ନେତା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଏବଂ ତାଙ୍କ ୨୫ ବର୍ଷର ନିରବିଚ୍ଛନ୍ନ ଜନସେବା ଓ ରାଷ୍ଟ୍ର ନିର୍ମାଣ ଯାତ୍ରାକୁ ସମ୍ମାନ ଜଣାଇ ଆଜି ଠାରୁ ୧୭ ସେପ୍ଟେମ୍ବର ଠାରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବାକୁ ଥିବା “ସେବା ସଂକଳ୍ପ ଅଭିଯାନ” ରେ ସାମିଲ୍ ହୋଇ କାର୍ଯ୍ୟକର୍ତ୍ତା ମାନେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇ ଆଜି ବ୍ରହ୍ମପୁର ମହାନଗର ଅନ୍ତର୍ଗତ ମିଲିଟାରୀ ଲେନ୍ ସ୍ଥିତ ମୁକ୍ତେଶ୍ଵର ମନ୍ଦିର ଠାରେ ବିଶ୍ୱର ଲୋକପ୍ରିୟ ନେତା ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ଜୀବନ, ଉତ୍ତମ ସ୍ୱାସ୍ଥ୍ୟ ସମେତ ଭାରତକୁ ବିଶ୍ଵଗୁରୁ କରିବା ଦିଗରେ ପୂର୍ଣ୍ଣ ପ୍ରୟାସ ତଥା ଜନକଲ୍ୟାଣ ନିମିତ୍ତ ସେବା ମନୋଭାବକୁ ସଦା ଶୁଭାଶିଷ ପ୍ରଦାନ କରୁଥାନ୍ତୁ ବୋଲି ଦଳୀୟ ନେତୃବୃନ୍ଦ ପ୍ରକାଶ କରିବା ସହ ଦୀପଦାନ, ମିଷ୍ଟାନ୍ନ ବଣ୍ଟନ କରି ମୋଦିଙ୍କ ଜନ୍ମଦିନ ଉତ୍ସବ ପାଳନ କରିଛନ୍ତି । ଏହାସହ ବହୁ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ବିଜେପିର ବରିଷ୍ଠ ନାରୀନେତ୍ରୀ ଏସ୍ ରାଣୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ଘରେ ଘରେ ଦୀପ ଦାନ କରିବାରେ ସହାୟକ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ଆସିକା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟିତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରା,ପୂର୍ବତନ ଓବସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଏସ୍ ଶ୍ରୀନିବାସ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା ବରିଷ୍ଠ ଆଇନଜୀବି ମଦନ ମୋହନ ପାତ୍ର,ଭାବଗ୍ରାହୀ ପାଳ,ସରୋଜ ପାତ୍ର,ଧର୍ମରାଜ ପାଣିଗ୍ରାହୀ,ମାନଭଞ୍ଜନ ପଟ୍ଟନାୟକ,ଗୈାରୀ ମହାନ୍ତି,ନାରାୟଣ ସାହୁ,ସନ୍ତୋଷ ପଟ୍ଟନାୟକ,ପ୍ରଦୀପ ସାହୁ,ଭେଙ୍କଟ ରାଓ,ଶଙ୍କର ସାହୁ,ଶୀପ୍ରା ସାହା,ମଞ୍ଜୁଳା ରାଓ,ପିଙ୍କି ସାହା, ଅନୁରାଧା ରାଓ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ ନେତୃବୃନ୍ଦ ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

You may have missed