September 18, 2026

ଏଆଇକେଏମଏସର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ସମାପ୍ତ

IMG-20260917-WA0140
Share

*ଖଣି ଆଇନ ସଂଶୋଧନ ତଥା ଗ୍ରାମସଭାକୁ ଅଣଦେଖା ବିରୁଦ୍ଧରେ ଅଭିଯାନ ଚଳାଇବାକୁ ଘୋଷଣା !*

 

ଗତକାଲି ଠାରୁ ସ୍ଥାନୀୟ ଟାଉନହଲ୍ ଠାରେ ଆରମ୍ଭ ହୋଇଥିବା ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦ୍ଯାପିତ ହୋଇ ଯାଇଛି ।

ଆଜି ଦ୍ଵିତୀୟ ଦିବସରେ ସଂଗଠନର ସାଂଗଠନିକ ସମୀକ୍ଷା ରିପୋର୍ଟ ଉପରେ ଆଲୋଚନା ହୋଇଥିଲା । ସଭାର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ସାଂଗଠନିକ ରିପୋର୍ଟକୁ ଆଗତ କରି ରାଜ୍ୟରେ ସଂଗଠନର ସ୍ଥିତି ତଥା କାର୍ଯ୍ୟକଳାପର ସବିଶେଷ ଆଲୋଚନା କରିଥିଲେ । ସମ୍ପାଦକଙ୍କ ରିପୋର୍ଟ ଉପରେ ସମ୍ମିଳନୀରେ ଉପସ୍ଥିତ 16 ଜଣ ପ୍ରତିନିଧି ନିଜ ନିଜର ମତ ରଖିଥିଲେ । ପରେ ସର୍ବସମ୍ମତି କ୍ରମେ ତାକୁ ଗୣହୀତ କରାଯାଇଥିଲା ।

ଏହାପରେ ଆଗାମୀ ଦିନରେ ସଂଗଠନକୁ ପରିଚାଳନା କରିବା ପାଇଁ ଏକ ଏଗାର ଜଣିଆ ରାଜ୍ୟ କମିଟି ଗଠନ କରାଯାଇଥିଲା । ସଂଗଠନର ରାଜ୍ୟ ସଭାପତି ଭାବେ କେଦାର ଶବର, ପ୍ରତାପ ନାୟକ ସମ୍ପାଦକ, କୁଶନାଥ ପ୍ରଧାନ ଉପସଭାପତି ଓ ସୁବାଷ କୁଲେସିକା ସହ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।

ଆସନ୍ତା ସେପ୍ଟେମ୍ବର 28,29 ଓ 30 ତିନି ଧରି ତେଲେଙ୍ଗାନାର ଖମ୍ମାମ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏଆଇକେଏମଏସର ଚତୁର୍ଥ ସର୍ବଭାରତୀୟ ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ ରାଜ୍ୟରୁ 31 ଜଣ ପ୍ରତିନିଧିଙ୍କୁ ମଧ୍ୟ ବଛାଯାଇଥିଲା ।

ସମ୍ମିଳନୀର ଶେଷରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରସ୍ତାବ ଗୣହୀତ କରାଯାଇଥିଲା । କେନ୍ଦ୍ର ସରକାର ବଡ କମ୍ପାନୀଙ୍କ ସ୍ଵାର୍ଥରେ ଖଣି ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ – 1957ରେ ସଂଶୋଧନ କରି ଦେଶର ଖଣିଜ ସମ୍ପଦ ଗଚ୍ଛିତ ଥିବା ଜମି, ଟିକସ ପକାଇବାର ଅଧିକାରକୁ ଯେଉଁଭଳି ଛଡେଇ ନେଇ ଅବାଧ ଖଣି ଖନନର ରାସ୍ତା ଖୋଲିଛନ୍ତି, ତାହା ଆଗାମୀ ଦିନରେ ଓଡିଶା ସମେତ ସମସ୍ତ ଖଣି ଥିବା ରାଜ୍ୟର ଖଣିଜ ସମ୍ପଦକୁ ସମାପ୍ତ କରିଦେବ ଓ ଲକ୍ଷ ଲକ୍ଷ ସଂଖ୍ୟାରେ ଆଦିବାସୀ ଓ ଅନ୍ୟ ଗ୍ରାମୀଣ ଲୋକଙ୍କୁ ବିସ୍ଥାପିତ କରିବ । ଠିକ ସେହିପରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରୀ ଚିଠିରେ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜଙ୍ଗଲ ଜମିକୁ ଶିଳ୍ପ କାରଖାନାକୁ ଦେବା ବେଳେ ସ୍ଥାନୀୟ ଗ୍ରାମସଭାର ଅନୁମତିର ଆବଶ୍ୟକ ନାହିଁ ବୋଲି ଯାହା କହିଛନ୍ତି, ତାହା ସମ୍ଵିଧାନ ଓ ଆଦିବାସୀ ବିରୋଧୀ ଅଟେ। ରାଜ୍ୟରେ ପୁଞ୍ଜିନିବେଶ ନାଁରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ବୁଲି କମ୍ପାନୀମାନଙ୍କୁ ଡାକି ବିକାଶ ନାଁରେ ଯେଉଁ ଭଳି ଖଣି ନିଲାମ କରିବା ସହ କମ୍ପାନୀଙ୍କ ମାଲ୍ ପରିବହନ ପାଇଁ ଜନଗଣଙ୍କ ଟିକସ ଅର୍ଥରେହଯେଉଁଭଳି ଚାରି ଓ ଛଅ ଥାକିଆ ଚଉଡା ରାସ୍ତା ଓ ଅର୍ଥନୈତିକ କରିଡର ନିର୍ମାଣ ପାଇଁ ଘୋଷଣା କରୁଛନ୍ତି, ତାହା ରାୟଗଡା ସମେତ ସମଗ୍ର ଦକ୍ଷିଣ ଓଡିଶାର ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା, ଜମି, ଜଙ୍ଗଲ ଓ ପରିବେଶକୁ ଧ୍ଵଂସ କରିଦେବ ବୋଲି କୁହାଯାଇଥିଲା । ଏହାବ୍ୟତିତ ରାଜ୍ୟର ଡବଲ ଇଂଜିନ ସରକାର ସିଜିମାଳି ସମେତ ବିଭିନ୍ନ ସ୍ଥାନରେ କମ୍ପାନୀଙ୍କ ଖଣି ଖୋଲିବା ପାଇଁ ବ୍ୟାକୁଳ ହୋଇ ଯେଉଁଭଳି ପୋଲିସ ଦମନ ଓ ମିଛ କେସ୍ ଜରିଆରେ ଆନ୍ଦୋଳନର କର୍ମୀମାନଙ୍କୁ ଗିରଫ କରୁଛନ୍ତି, ସମ୍ମିଳନୀରେ ତା’ର ନିନ୍ଦା କରାଯାଇଥିଲା । ମିଥ୍ୟା କେସରେ ଗିରଫ ନିୟମଗିରି ଆନ୍ଦୋଳନର ନେତା ଲଦ ସିକକାଙ୍କୁ ତୁରନ୍ତ ବିନା ସର୍ତ୍ତରେ ଖଲାସ କରିବାକୁ ଦାବି କରାଯାଇଥିଲା । ଉପରୋକ୍ତ ପ୍ରସଙ୍ଗ ନେଇ ଆଗାମୀ ଦିନରେ ରାଜ୍ୟରେ ବ୍ୟାପକ ଜନ ଆନ୍ଦୋଳନ କରିବାକୁ ଘୋଷଣା କରାଯାଇଥିଲା

ଲାଞ୍ଜିଗଡ଼,ପୁରନ୍ଦର ଦଣ୍ଡସେନା,/ ନ୍ୟୁଜ୍ ଉପାନ୍ତ ଖବର

You may have missed