September 17, 2026

କୋଟପାଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭସାଣି ରେ ଅଘଟଣ ସିକ୍ଯୁରିଟି ଗାର୍ଡ ଙ୍କ ମୃତ୍ୟୁ ରାଜ ପଥ ଅବରାଧ କଲେ ଏଲ ଆଣ୍ଡ କେ ଠିକା ସଂସ୍ଥା ର କର୍ମଚାରି

IMG-20260917-WA0117
Share

       କୋଟପାଡ଼ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ରରେ ବୁଧବାର ଅପରାନ୍ନ ସାଡ଼େ ପାଞ୍ଚ ଘଣ୍ଟା ବେଳେ ଗଣେଶ ଭୋସାଣି ସମୟରେ କାର୍ଯ୍ୟରତ ଜଣେ ସିକୁରିଟି ଗାର୍ଡ କର୍ମ ଚାରୀଙ୍କ ମୃତ୍ୟୁ ହେଇଥିବା ଜଣାପଡିଛି l ଉପସ୍ଥିତ ଥିବା ସାଥି କର୍ମଚାରୀଙ୍କ କହିବା ଅନୁଯାଇ ପ୍ରୋତ୍ୟାକ ବର୍ଷ ଭୋଳି ଚଳିତ ବର୍ଷ ମଧ୍ୟ ଗଣେଶ ମୂର୍ତ୍ତୀ ବସାଯାଇଥିଲା ଏବଂ ଭୋସାଣି ସକାଶେ ସମସ୍ତେ ପ୍ରସ୍ତୁତ ହେଇଥିଲେ, ସମସ୍ତେ ମିଶି ମୁର୍ତ୍ତୀ କୁ ଗାଡିଉପରକୁ ଛଡାଇଥିଲେ ଓ ସମସ୍ତେ ମିଳିତ ରୂପେ ଫୋଟ ମଧ୍ୟ ଉଠାଇଥିଲେ ସେସରେ ପିଙ୍କୁ ପ୍ରଧାନ ସେଲଫି ନେବାସମୟରେ ଧୀରେ ଧୀରେ ନିଜ ମୋବାଇଲ ଧରି ଗାଡି ଉପରୁ ତଳକୁ ଖସି ପଡିଥିଲେ ଉପସ୍ଥିତ ସାଥିମାନେ ତୁରନ୍ତ ସ୍ଵାସ୍ତ୍ୟ କେନ୍ଦ୍ର କୁ ନେଇ ଡାକ୍ତରୋଙ୍କ ଦ୍ୱାରା ଚିକିଚ୍ଛା କରିଥିଲେ କିନ୍ତୁ ତାଙ୍କୁ ଡାକ୍ତର ମୃତ୍ୟୁ ହେଇଥିବା କହିଥିଲେ l ସେଲଫି ନେବା ସମୟରେ ତାଙ୍କୁ ହାର୍ଟ ଏଟାକ ଯୋଗୁଁ ମୃତ୍ୟୁ ହେଇଥାଇ ପାରେ ବୋଲି ନିଜ ସାଥି କର୍ମଚାରି ମତ ପ୍ରକାଶ କରିଛନ୍ତି l ଗତ କିଛିଦିନ ହେବ ପିଙ୍କୁ ଙ୍କ ସ୍ଵାସ୍ତ୍ୟ ସମସ୍ୟା ରହିଥିବା ଯୋଗୁଁ ସେ ସ୍ଵାସ୍ତ୍ୟ ପରୀକ୍ଷା କରି ଔଷଦ ସେବନ କରି କାର୍ଯ୍ୟ ତୁଲାଉଥିବା କିଛି କର୍ମଚାରି କହୁଥିବା ବେଳେ ସେ ଠିକ ଠାକ ଥିବା ତାଙ୍କ ପରିବାର ଲୋକେ କିହିଛନ୍ତି l ପରିବାର ର ଜଣେ ମାତ୍ର ରୋଜଗାର କ୍ଷମ ଅବିବାହାହିତ ଯୁବକ ହେଇଥିବା ବେଳେ ଜୟପୁର ଅଞ୍ଚଳର ଏଲ ଆଣ୍ଡ କେ ଠିକା ସଂସ୍ଥା ଜରିଆରେ ଏଠାରେ କାମ କରୁଥିବା ଜଣାପଡିଛି l ପିଙ୍କୁ ପ୍ରଧାନ ବୟପାରୀଗୁଡା ବ୍ଲକ ଦଶମନ୍ତପୁର ଅଞ୍ଚଳର ବୋଲି ଜଣାପଡିଛି l ତାଙ୍କ ମୃତ୍ୟୁ କିଭଳି ହେଲା ତାହା ସ୍ପଷ୍ଟ ରୂପେ ଜଣାପଡି ନ ଥିବା ବେଳେ ପରିବାର ଲୋକେ ଏବଂ ସାଥି କର୍ମଚାରି ଗୁରୁବାର ଦିନ ସଖାଳେ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ନିକଟରେ ରାସ୍ତା ରୋକ କରି କ୍ଷତି ପୁରଣ ଦେବାସହ ପରିବାର ର ଆନ୍ୟ ଜଣଙ୍କୁ ନିଯୁକ୍ତି ଦେବା ସକାଶେ କୋଟପାଡ଼ ବୋରିଗୁମା ଜାତୀୟ ରାଜପଥ ରେ ଧାରଣା ଦେଇଥିଲେ l ଘଟଣା ସ୍ତଳକୁ କୋଟପାଡ଼ ପୋଲିସ ପହଂଚି ବହୁ ବୁଝା ସୁଝା କରି ଜ଼ିଲ୍ଲା ପାଳ ଙ୍କ ନିର୍ଦେଶ କ୍ରମେ ତୋହସିଲଦାର ଟ୍ୱଙ୍କିଲ ସେଠି ଏବଂ ଅତରିକ୍ତ ତହସିଲଦାର ପର୍ଶୁ ରାମ ଭତରାଙ୍କ ଉପସ୍ଥିତରେ ରେଡ଼କ୍ରସ ପାଣ୍ଟି ରୁତିରିଶ ହଜାର ଟଙ୍କାର ଚେକ ଦେବାପରେ ରାସ୍ତାରୋକରୁ ପରିବାର ଲୋକେ ଉଠିଥିଲେ l ଏ ଘଟଣା ସମ୍ପର୍କ ରେ ଦାଇତ୍ୱ ରେ ଥିବା ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱଜିତ ମଲିକ ଙ୍କୁ ଯୋଗାଯୋଗ କରିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷ ରୁ ମୃତକ ଙ୍କ ପରିବାରଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିବାର ବେଳେ ଏଲ ଆଣ୍ଡ କେ ଠିକା ସଂସ୍ଥା ପକ୍ଷ ରୁ ଆସିଥିବା ଅରବିନ୍ଦ ସିଆନ୍ତ ସଂସ୍ଥା ପକ୍ଷରୁ କୌଣସି କ୍ଷତି ପୁରଣ ଦିଆ ଯିବାର ନିୟମ ନାହିଁ ବୋଲି ପ୍ରକାଶ କରିଥିବାରୁ ଘଟଣା ସ୍ଥଳରେ ଅସନ୍ତୋଷ ଦେଖା ଦେଇଥିଲା ଉକ୍ତ ଠିକା ସଂସ୍ଥା ର ସମସ୍ତ କାଗଜ ପତ୍ର କୁ ଏକ ଉଚ୍ଚ ସ୍ତରୟ ତଦନ୍ତ କରିବା ପାଇଁ ଜନ ସାଧାରଣ ରେ ଦାବି ହେଉଥିବାର ଜଣା ଯାଇଛି. ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. କୋଟପାଡ଼ ବ୍ଲକ ମିଡ଼ିଆ ଆସୋସିଏସନ (ବି ଏମ ଏ )ସଭାପତି ହରିଶ କୁମାର ପଟ୍ଟନାୟକ. ସମାଜ ସେବି ଅନାମୁ ଦିଆନ.କୁରାମ ନାଥ ମାଝୀ. ଘନ ବିଶୋଇ. ପୌରାଧକ୍ଷ ସଙ୍କର ରାଓ.ଙ୍କ ସମେତ ବହୁ କର୍ମଚାରି ଉପସ୍ଥିତ ଥିଲେ. କୋଟପାଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚାଲିଥିବା ଅନିୟମିତତା କୁ ନେଇ ଅଂଚଳ ରେ ଦିନ କୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି.କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର.

You may have missed