September 17, 2026

ମୋହନା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ..

IMG-20260917-WA0062
Share

 

ମୋହନା( ଜୁନେସ ଶବର)ଆଜି ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ୭୬ତମ ଜନ୍ମ ଦିବସ ଅବସରରେ ସ୍ଥାନୀୟ ବନ ବିଭାଗ ତରଫରୁ ମୋହନା ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ କିସମର ୭୬ଟି ଚାରା ରୋପଣ କରାଯାଇଥିଲା। ଏହି ଏକ ଦିବାସୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୋହନା ରେଞ୍ଜର ଶ୍ରୀଯୁକ୍ତ ଲଷ୍ମୀ ପ୍ରସାଦ ବିଷୋୟୀ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ମୋହନା ବନପାଳ ଏବଂ ବନରକ୍ଷୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଉଚ୍ଚ ଶିକ୍ଷା ବିଭାଗ ସହିତ ଗଣ ଶିକ୍ଷା ବିଭାଗର ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ, ସହକାରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସମେତ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଦେଶର ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘ ଜୀବନ କାମନା ସହିତ ୭୬ ଟି ଚାରା ରୋପଣ କରିଥିବା ଦେଖିବାକୁ ମିଳିଥିଲା।

You may have missed