September 17, 2026

ସଂପୁର ନୂଆଁଖାଇ ମହୋତ୍ସବ ଉଦଯାପିତ,ମନ ମୋହିଲା ପାଇକ ଆଖଡ଼ା

IMG-20260917-WA0023
Share

ବୋଲଗଡ଼,୧୭/୯(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଖଙ୍ଗୁରିଆ ପଞ୍ଚାୟତ ସଂପୁର ଗ୍ରାମରେ ଅନୁଷ୍ଠିତ ଷଷ୍ଠ ନୂଆଖାଇ ମହୋତ୍ସବ ଭେଟଘାଟ -୨୦୨୬ ଉଦଯାପିତ ହୋଇଯାଇଛି।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଭିନ୍ନ କଳାକାର ଦଳ ମାନେ ମହୋତ୍ସବ ରଙ୍ଗମଞ୍ଚରେ ଆଧୁନିକ ଓ ପାରମ୍ପରିକ ନୃତ୍ୟ ପରିବେଷଣ କରି ଥିବାବେଳେ ବାଲୁଗାଁ ପାଇକଆଖଡ଼ା ଓ ବାରିପଦାର ମାଲଖମ୍ବ ଦଳଙ୍କ ପ୍ରଦର୍ଶନ ଉଚ୍ଚକୋଟିର ଥିଲା।ଗ୍ରାମକଳାକାର ମାନେ ମଧ୍ୟ ଆକର୍ଷଣୀୟ ନୃତ୍ୟଗୀତ ପ୍ରଦର୍ଶନ କରିଥିଲେ।ନୂଆଖାଇ ପରିଚାଳନା କମିଟି ଆନୁକୁଲ୍ୟରେ ମଧ୍ୟାହ୍ନରେ ଉଦ୍ଘାଟିତ ମହୋତ୍ସବ କାର୍ଯ୍ୟକ୍ରମର ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ସଭାରେ କମିଟି ସଭାପତି ନିରଞ୍ଜନ ନାୟକ ଅଧ୍ୟକ୍ଷତା କରିଥିଲେ।ବିଭିନ୍ନ ପର୍ଯ୍ୟାୟରେ ଏହି ମଞ୍ଚରେ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଯତୀନ ମହାନ୍ତି,ଜିଲ୍ଲାପରିଷଦ ସଦସ୍ୟ ପ୍ରକାଶ କୁମାର ସାହୁ,

ଖୋର୍ଦ୍ଧା ଓକିଲସଂଘ ସଭାପତି ଲୋତକ ପଟ୍ଟନାୟକ ,ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ ସ୍ୱାଇଁ,,ରୁଦ୍ର ବାହିନୀପତି,ହେମନ୍ତ କୁମାର ଦେଓ,,ସେବା ଟ୍ରଷ୍ଟର ଅଧକ୍ଷ ପପୁ ପାତ୍ର,ମନୋଜ ପଣ୍ଡା, ରବୀନ୍ଦ୍ର କୁମାର ବେହେରା,ସାନ୍ତୁନ ଛୋଟରାୟ, ନେତ୍ରରଞ୍ଜନ ମିଶ୍ର ଓ ପ୍ରମୋଦ ଚୌଧୁରୀ ପ୍ରମୁଖ ଯୋଗଦେଇ ନୂଆଖାଇ ସମାଜକୁ ବାଣ୍ଟି ଥାଏ ବୋଲି କହିବା ସହ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ନୂଆଖାଇ ମହୋତ୍ସବ ଭେଟଘାଟ-୨୦୨୬ ସ୍ମରଣିକା ଉନ୍ମୋଚନହୋଇଥିଲା ।ସମ୍ପାଦକ ଏମ୍ ଆଲୋକ କୁମାର ଅତିଥି ପରିଚୟ, କାର୍ଯ୍ୟକାରୀ ସଭାପତି ହର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଅରୁଣ ସାହୁ, ବସନ୍ତ ଦେଓ, ପ୍ରିୟବ୍ରତ ଦାସ, ଲୁଲୁ ମିଶ୍ର, ବୈକୁଣ୍ଠ ଜେନା ଅଜୟ ମହାନ୍ତି ସମେତ ଗ୍ରାମର ବହୁ ବିଶିଷ୍ଟ ବେଳେ କମିଟି ସଦସ୍ୟ ଓ ଗ୍ରାମ ଯୁବକ ମାନେ ପରିଚାଳନାଗତ ସହଯୋଗ କରିଥିଲେ ଆଦର୍ଶ ଶିକ୍ଷକ ସାନଦକୁମାର ସାହୁ ଓ ସଫଳ ଚିକିତ୍ସକ ଡାକ୍ତର ଶିବ ପ୍ରାସାଦ ମହାରଣା ପ୍ରମୁଖବଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା। ସୁଚନା ଅନୁଯାୟୀ କୃଷି ଭିତ୍ତିକ ପର୍ବ ନୂଆଖାଇ ରାଜ୍ୟର ପଶ୍ଚିମାଞ୍ଚଳରେ ଗଣପର୍ବ ଭାବେ ପାଳିତ ହେଉଥିବା ବେଳେ ପୂର୍ବାଞ୍ଚଳର ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ବ୍ଲକ ସଂପୁର ଗ୍ରାମରେ ଏହା ଦୀର୍ଘ ଦୁଇଶହବର୍ଷରୁ ଉର୍ଦ୍ଧ କାଳ ଧରି ରୀତିନୀତି ବିଧି ମୁତାବକ ପୁରୁଷନୁକ୍ରମେ ପାଳିତ ହୋଇଆସୁଛି।ସମ୍ବଲପୁର ରାଣୀ ମୁକ୍ତ ଦେଇ ପାଞ୍ଚଗଡ଼ (ସଂପୁର) ଶାସିକା ଥିବାବେଳେ ୧୮୦୫ ମସିହାରୁ ଗ୍ରାମବାସୀ ଉତ୍ସାହପୂର୍ବକ ଧୁମଧାମରେ ପାଳନ କରିଆସୁ ଛନ୍ତି।ଏବେ ବିଗତ ୫ବର୍ଷ ଧରି ଗ୍ରାମର କିଛି ଉତ୍ସାହୀ ଯୁବକ ସ୍ଥାନୀୟ କଳା,ସଂସ୍କୃତି ର ପ୍ରଚାରପ୍ରସାର ସହ ପଲ୍ଲୀ ପ୍ରତିଭାମାନଙ୍କୁ ଲୋକ ଲୋଚନକୁ ଆଣିବାକୁ ମହୋତ୍ସବ ଆୟୋଜନ କରି ଆସୁଛନ୍ତି।

 

(ଉପାନ୍ତ ଖବର)