September 17, 2026

ଗଣେଶ ବିସର୍ଜନ କୁ ଆସି ନଦୀ ରେ ଭାସିଗଲେ ଚାରି ଯୁବକ,

IMG-20260917-WA0010
Share

ଗଣେଶ ବିସର୍ଜନ କୁ ଆସି ନଦୀ ରେ ଭାସିଗଲେ ଚାରି ଯୁବକ ସ୍ଥାନୀୟ ଅଂଚଳ ରେ ଶୋକାକୁଳ ପରିସ୍ଥିତି, କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଅଂଚଳ, ଘଟଣା ସ୍ଥଳ ରେ ଉଦ୍ଧାର କାରି ଦଳ ପହଂଚି ତିନି ଜଣ ଙ୍କ ମୃତ ଦେହ ଉଦ୍ଧାର କରି ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ବେଳେ ଜଣେ ନିଖୋଜ ଥିବା ଜଣା ପଡିଛି, ସୁଶୀଲ ପଲେଇ, ମାନଜିତ ସ୍ୱାଇଁ, ରଶ୍ମି ରଞ୍ଜନ ନାୟକ, ସ୍ୱପଜିତ ବାରିକ ନାମକ ଚାରି ବନ୍ଧୁ ଗଣେଶ ବିସର୍ଜନ ସମୟ ରେ ଏରସମା ଗୋପାଳ ପୁର ନଦୀ ରେ ବୁଡ଼ି ଯାଇଥିଲେ,

ସୂଚନା ଅନୁଯାୟୀ, ଯୁବକ ମାନଙ୍କ ଘର ଏରସମା ର ଓରନାଳ ଗ୍ରାମ ରେ ବୋଲି ଜଣା ପଡିଛି,ଯୁବକ ମାନେ ଛୁଟି ରେ ଗାଁ କୁ ଆସିଥିବା ବେଳେ ଗଣେଶ ପୂଜା ରେ ମସଗୁଲ ଥିଲେ, ଆଜି ଅପରାହ୍ନ ବାରଟା ପାଖା ପାଖି ଗଣେଶ ବିସର୍ଜନ କୁ ଆସି ନଦୀ ରେ ବୁଡ଼ି ଯାଇଥିବା ଜଣା ପଡିଛି, ଖବର ପାଇ ତିର୍ତୋଲ ଓ ଏରସମା ଅଗ୍ନିଶମ ବାହିନୀ, ତିର୍ତୋଲ, ଏରସମା ପୋଲିସ ଓ ଅନ୍ୟ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର ଜାରି ରଖିଥିବା ବେଳେ ଚାରି ଜଣ ଙ୍କ ମୃତ ଦେହ ବର୍ତମାନ ସୁଦ୍ଧା ଉଦ୍ଧାର କରାଯାଇ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି

( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )