September 15, 2026
ajiro khabar
Share

 

ଆଗାମୀ ୪ଦିନ ପର୍ଯ୍ୟନ୍ତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ। ୨୦ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ହୋଇପାରେ।

 

ଦେଶର ଅନ୍ୟତମ ମହଙ୍ଗା ବଜାର ହେଲା ଓଡ଼ିଶା। ୫.୫% ଡେଇଁଲା ମୁଦ୍ରାସ୍ଫୀତି, ଜାତୀୟ ହାରଠୁ ଅଧିକ।

 

ଆଜି ନୂଆଁଖାଇ, ପଶ୍ଚିମ ଓଡିଶା ଚଳଚଞ୍ଚଳ, ଗାଁରୁ ସହର ଉତ୍ସବମୁଖର।

 

ଓଡ଼ିଶାରେ ଖୁବ୍‌ଶୀଘ୍ର ୟୁସିସି (ସମାନ ନାଗରିକ ସଂହିତା) ଲାଗୁ କରିବାକୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ।

 

ଆସନ୍ତା ଅକ୍ଟୋବରରୁ ଡିସେମ୍ବର ଭିତରେ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା।

 

ଓମଫେଡ କ୍ଷୀର ପରେ ଏବେ ପାଣି ଓ ନୂଆ ରେଞ୍ଜର ଆଇସକ୍ରିମ୍। ଖୁବଶୀଘ୍ର ବଜାରକୁ ଆସିବ ନୂଆ ପ୍ରଡକ୍ଟ।

 

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହେଲାଣି କଟକ ସହର; ମା’ଙ୍କ ଚାନ୍ଦି ଅଳଙ୍କାରକୁ ସଜାଇବାରେ ବ୍ୟସ୍ତ କାରିଗର।

 

ବାଲେଶ୍ବର ଓରାଂଉଟାନ୍‌ ଉଦ୍ଧାର ଘଟଣାରେ ଅଟକ ହୋଟେଲ୍‌ କର୍ମଚାରୀଙ୍କ ହେବ ମିଛଧରା ପରୀକ୍ଷା।

 

ମୟୂରଭଞ୍ଜରେ ରାଜସ୍ବ ବନ୍ଦୋବସ୍ତ ବାଟବଣା, ୧୦ ବର୍ଷ ହେଲା ଗଡୁଛି ୫ ହଜାର ୩୪୪ ମାମଲା।

 

କନ୍ଧମାଳ ଦାରିଙ୍ଗବାଡି ସିକବାଡି ଗାଁରେ ଦାଦନ ଖଟି ପିଲାମାନଙ୍କୁ ପାଠ ପଢାଇଲେ, ବୁସି ପ୍ରଧାନଙ୍କ ପରିବାରରୁ ୫ ଡାକ୍ତର।

 

ମାଓମୁକ୍ତ ହେଲା, ମାଲକାନଗିରି, କିନ୍ତୁ ବିକାଶ ନାହିଁ, ବଢ଼ୁଛି ତେଲୁଗୁ ଭାଷା ପ୍ରଭାବ, ୭ କିମି ଭାରରେ ଯାଉଛନ୍ତି ରୋଗୀ।

 

ନୟାଗଡ଼ ବିଜେପିରେ ବଢ଼ୁଛି କନ୍ଦଳ, ମଣ୍ଡଳ ସଭାପତିଙ୍କ ବିରୋଧରେ ଥାନାକୁ ଗଲେ ପ୍ରଭାରୀ।

 

ପାର୍ବଣ ଋତୁ ଆରମ୍ଭରୁ ଗଞ୍ଜାମ ଅଶାନ୍ତ। କୁକୁଡ଼ାଖଣ୍ଡିରେ ଖଣ୍ଡା ବୁଲିଲା, ବୋମା ଫୁଟିଲା।

 

ଋଣ ନମିଳିବାରୁ କଟକରୁ ଅପହୃତ ବ୍ୟାଙ୍କ ଅଧିକାରୀ ବାଲେଶ୍ୱରରୁ ଉଦ୍ଧାର। ଅପହରଣ ଘଟଣାରେ ୨ ଗିରଫ।

 

କଟକରେ ଚାନ୍ଦା ଆଦାୟକାରୀଙ୍କୁ ପୁଲିସର ଝଟ୍‌କା, ଜୋର୍ ଜବରଦସ୍ତି ଚାନ୍ଦା ମାଗି ୩ ଗିରଫ।

 

ଭୁବନେଶ୍ୱରରେ ପରୀକ୍ଷା ଚାଲିଥିବା ବେଳେ ମୋବାଇଲ୍ ଓ ସ୍କୁଟର ଚୋରି, ଇନଫୋସିଟି ଥାନା ଦ୍ବାରା ୩ ଗିରଫ।

 

ନନ୍ଦନକାନନରେ ପୁଣି ଜ୍ବରରେ ପୀଡ଼ିତ ଓରାଙ୍ଗଉଟାନ, ଆଲର୍ଟ ରହିଲେ ଡାକ୍ତରୀ ଟିମ୍।

 

ଭୁବନେଶ୍ୱର ଧଉଳିରେ ଅପରାଧୀଙ୍କ ଆତଙ୍କରାଜ, ସଂଘବଦ୍ଧ ଆକ୍ରମଣରେ ଯୁବକ ରକ୍ତାକ୍ତ, ଆକ୍ରମଣକାରୀ ଫେରାର।

 

ସମ୍ବଲପୁର ଦେହେରିପାଲିରେ ଅଘଟଣ, ଜଳିଗଲା ଗଣେଶ ପୂଜା ପେଣ୍ଡାଲ।

 

ସମ୍ବଲପୁରର ୧୫ ବର୍ଷିୟ ନାବାଳିକାଙ୍କୁ ବ୍ଲାକମେଲିଂ ଓ ନିର୍ଯାତନା। ରାଜସ୍ଥାନରୁ ଯୁବକ ଗିରଫ।

 

🇳🇪

ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ।

 

ନେପାଳକୁ ଭାରତ ବିଜୁଳି ରପ୍ତାନି ଆରମ୍ଭ କରିଛି। ତିନିମାସ ପର୍ଯ୍ୟନ୍ତ ଦୈନିକ ୧୮ ଘଣ୍ଟା ବିଜୁଳି ପଠାଇବ।

 

‘ତେହେଲକା’ର ପ୍ରତିଷ୍ଠାତା ତରୁଣ ତେଜପାଲ ଗୋଆରେ ଆତ୍ମସମର୍ପଣ କରିଛନ୍ତି।

 

କର୍ଣ୍ଣାଟକରେ ମରୁଡ଼ି, ପାନୀୟ ଜଳ ଓ ବିଦ୍ୟୁତ୍ ସଙ୍କଟ ଆଶଙ୍କା: ମୁଖ୍ୟମନ୍ତ୍ରୀ।

 

ମଣିପୁରରେ ୨ କୁକି ଗ୍ରାମରେ ସଂଘର୍ଷ, ଗୁଳିମାଡ଼‌ରେ ଗର୍ଭବତୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ।

 

ରାଜସ୍ଥାନ ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ କୈଳାସ ଚାନ୍ଦ, କେବଳ ଗୋଟିଏ ଭୋଟ୍‌ ପାଇଲେ।

 

ଦୁର୍ଗାପୂଜା ପୂର୍ବରୁ ୧୭ ବିଦ୍ରୋହୀ ଟିଏମ୍‌ସି ସାଂସଦ ବିଜେପିରେ ଯୋଗଦେବେ।

 

ଦିଶା ସାଲିଆନ୍‌ ମୃତ୍ୟୁ ମାମଲା: ସିବିଆଇ ଏତଲାରେ ଆଦିତ୍ୟ ଠାକ୍‌ରେ ଓ ରିୟା ଚକ୍ରବର୍ତ୍ତୀଙ୍କ ନାମ।

 

ମାର୍ଚ୍ଚ ସୁଦ୍ଧା ବାଧାହୀନ ଟୋଲ୍‌ ପ୍ଲାଜା, କେନ୍ଦ୍ର ସରକାର ବର୍ଷକୁ ୨୫ହଜାର କୋଟି ପାଇବେ।

 

ଭାରତ ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣର ନିକଟତର, ଏସ୍‌ଏସ୍‌ଟି-୧ରେ ଲାଗିଲା ନୂଆ ଗାଇରୋଟ୍ରନ୍‌।

 

ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ଏଆଇ, ଗବେଷକ ଜାକବ୍ କକ୍ସନଙ୍କ ବଡ଼ ଚେତାବନୀ।

 

ସାଉଦି ଆରବ ମଦିନାରେ ମିଳିଲା ୧୧ କୋଟି ଟନ୍ ୟୁରାନିୟମ୍‌ ଭଣ୍ଡାର।

 

ହୁତି କବ୍‌ଜାରେ ମାୟୁନ୍‌ ଦ୍ୱୀପ; ଆମେରିକାର ଆଫ୍ରିକାସ୍ଥିତ ସାମରିକ ଘାଟି ଉପରେ ବଢ଼ିଲା ବିପଦ।

 

🚴🏾‍♂️⚽🏏

ପୁଣି ଆର୍ଥିକ ସଙ୍କଟରେ ହକି ଇଣ୍ଡିଆ ଲିଗ୍‌। ହସ୍ତକ୍ଷେପ କଲା କ୍ରୀଡ଼ା ମନ୍ତ୍ରାଳୟ, ଗଠନ କଲା ୫ ଜଣିଆ କମିଟି।

 

ମେକ୍ସିକୋରେ ‌ତୀରନ୍ଦାଜି ବିଶ୍ବକପ୍‌ ଫାଇନାଲ ପୁରୁଷ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଧୀରଜ ବୋମ୍ମାଦେବରା।

 

ଆସନ୍ତା ମାସରେ ପଞ୍ଜାବରେ ଏଏଚଏଫ୍‌ ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନ ଖେଳିବ।

 

ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ୍‌ରେ ଧିମା ଓଭର୍‌ ବୋଲିଂ ପାଇଁ ଭ୍ରମଣକାରୀ ପାକିସ୍ତାନକୁ ଜୋରିମାନା ହୋଇଛି।

 

୩ ଦିନ ଧରି ଚାଲିଥିବା ଓଡ଼ିଶା ରାଜ୍ୟ କ୍ଲବସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ।

 

*ଗତବର୍ଷ ଏଇ ସମୟରେ*

ବେଆଇନ ସ୍କୁଲ ଉପରେ ହେବ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ ସରକାର।

================

ଆଜି ଜାତୀୟ ଇଞ୍ଜିନିୟର ଦିବସ

ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ

କୋଷ୍ଟା ରିକା ସ୍ୱାଧୀନତା ଦିବସ

 

ଆଜି ଜନ୍ମଦିନ: ସିଏନ ଆନ୍ନାଦୁରାଇ, ଏମ.ବିଶ୍ବେଶ୍ବେରାୟା, ସୁବ୍ରମନ୍ୟନ ସ୍ୱାମୀ, ରାମ୍ୟା କ୍ରିଷ୍ଣନ, ପ୍ରମିଳା ବିଷୋୟୀ, ଅମୀୟା କୁମାରୀ ପାଢ଼ୀ (ହାଇକୋର୍ଟର ପ୍ରଥମ ମହିଳା ଜଜ, ଢେଙ୍କାନାଳ)

 

ଆଜି ତିରୋଧାନ: କେଏସ ସୁଦର୍ଶନ (ଆରଏସଏସ)

 

ଇତିହାସରେ ଆଜି: (୧୯୫୯) ଦୂରଦର୍ଶନ ସେବା ଆରମ୍ଭ ହେଲା/ (୧୯୪୭) ଭାରତୀୟ ଷ୍ଟାଣ୍ଡାର୍ଡ଼ ସମୟ IST ନିର୍ଧାରିତ ହେଲା/ (୧୮୯୪) ପ୍ରଥମ ଯୁଦ୍ଧରେ ଚୀନକୁ ପରାସ୍ତ କଲା ଜାପାନ/ (୧୯୩୧) ଗାନ୍ଧୀ- ଇରବିନ ଚୁକ୍ତି/ (୧୭୭୬) ନ୍ୟୁୟର୍କ ଅଧିକାର କଲେ ବ୍ରିଟିଶ ସେନା

================

*ବନ୍ଦେ ଉତ୍କଳ ଜନନୀ* 🪻🌻🪻