September 15, 2026

“ଶିବାନୀ କଳା ବିକାଶ କେନ୍ଦ୍ର”ର ଶୁଭ ଉଦଘାଟନ କଲେ ଚଳଚିତ୍ର ତାରକା ଅଶ୍ରୁ୍ମୋଚନ ମହାନ୍ତି !!

IMG-20260915-WA0010
Share

ତିର୍ତ୍ତୋଲ ::-୧୪/୯/୨୬, ବାଣୀକ୍ଷେତ୍ର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା କଳାର ଦେବୀ ଭାବେ ପରିଚିତା ସେଇ ମାତୃ କ୍ଷେତ୍ରରେ କଳାର ବିକାଶ ପାଇଁ ଉଦଘାଟିତ ହୋଇଛି “ଶିବାନୀ କଳା ବିକାଶ କେନ୍ଦ୍ର”! ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଜିଲ୍ଲାର ପୁରାତନ ନୃତ୍ୟ ଅନୁଷ୍ଠାନ ‘ “ଶିବାନୀ କଳା ବିକାଶ କେନ୍ଦ୍ର”, ଜଇପୁର ଠାରେ ତାର ନୂତନ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛି !ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିଷ୍ଠିତ ଅଭିନେତା ଶ୍ରୀଯୁକ୍ତ ଅଶ୍ରୁ୍ମୋଚନ ମହାନ୍ତି ଯୋଗଦେଇ ଶୁଭ ଉଦଘାଟନ ର ମଙ୍ଗୁଆଳ ହୋଇଥିବା ବେଳେ, ଅନୁଷ୍ଠାନର ମୁଖ୍ୟ ନୃତ୍ୟଗୁରୁ ବି. ଭାସ୍କର (ବଟ ମାଷ୍ଟ୍ରେ ), ଓଡିଶୀ ନୃତ୍ୟଗୁରୁ ପଙ୍କଜ କୁମାର , ନୃତ୍ୟଗୁରୁ କୁନା ମାଷ୍ଟ୍ରେ, ପାପୁ ମାଷ୍ଟ୍ରେ, ଭାଷ୍ୟକାର କୁନା ଦଳାଇ , ଶୁଭଲଷ୍ମୀ ପ୍ରମୁଖ ଅନୁଷ୍ଠାନ ର ମଙ୍ଗଳିକ ଦିବସରେ ଯୋଗ ଦେଇଥିଲେ ! ଏହା ବ୍ୟତୀତ ଅଞ୍ଚଳ ର ଅନେକ କଳାକାରଙ୍କ ସହିତ ଶୁଭେଛୁ ବଦାନ୍ୟ ବ୍ୟକ୍ତି ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା !ଆଗାମୀ ଦିନରେ ଏହି ଅନୁଷ୍ଠାନ ରୁ ଅନେକ କଳାକାର ଉନ୍ନୀତ ହୋଇ ରାଜ୍ୟ ତଥା ଦେଶର ବିଭିନ୍ନ କୋଣରେ ପ୍ରତିଷ୍ଠା ଲାଭ କରିପାରିବେ ବୋଲି ଅତିଥିଭାବେ ଯୋଗ ଦେଇଥିବା ଶ୍ରୀଯୁକ୍ତ ମହାନ୍ତି ନିଜ ମନ୍ତବ୍ୟରେ ଦର୍ଶାଇ ଥିଲେ !!ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର