September 12, 2026

ପୂର୍ବତନ ସରପଞ୍ଚ ଶରତଚନ୍ଦ୍ର ମହାନ୍ତି ଙ୍କ ପଞ୍ଚମବାର୍ଷିକ ଶ୍ରାଦ୍ଧଉତ୍ସବ

IMG-20260912-WA0109
Share

 ତିର୍ତ୍ତୋଲ ତା 12/9/2026 ତିର୍ତ୍ତୋଲବ୍ଲକ, ମୂଳିସିଂହ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମାଜବାଦୀନେତା ସ୍ବର୍ଗତ ଶରତ ଚନ୍ଦ୍ର ମହାନ୍ତି ଙ୍କ ପଞ୍ଚମବାର୍ଷିକ ଶ୍ରାଦ୍ଧଉତ୍ସବ ଉପଲକ୍ଷେ, ଗତ ଶନିବାରଦିନ ପୂର୍ବାହ୍ନରେ ତାଙ୍କର ଜନ୍ମଭୂମି ହରସିଂପୁର ଠାରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଆଇନୀଜୀବି ଅମୀୟ ରଞ୍ଜନ ସ୍ୱାଇଁ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ, ନିରବପ୍ରାର୍ଥନା ଓ ଫଟୋଚିତ୍ର ରେ ପୁଷ୍ପାଞ୍ଜଳି ପ୍ରଦାନ କରାଯିବାପରେ, ସ୍ମୃତିକମିଟି ର ସଭାପତି ବାବୁଲି ବେହେରା ଙ୍କ ନିମନ୍ତ୍ରିତଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ ସ୍ୱାଗତଭାଷଣ ଦେଇଥିଲେ l ପରେପରେ ଜିଲ୍ଲାକଂଗ୍ରେସ କମିଟି ର ସଭାପତି ଦେବପ୍ରସାଦ ନାୟକ, ବ୍ଲକ କଂଗ୍ରେସ ସଭାପତି ତଥା ମୂଳିସିଂହ ସରପଞ୍ଚ ସଫି ଆଜମ୍, ପୂର୍ବତନ ସମିତିସଭ୍ୟ ତଥା ବସ୍ତିର ମୁରବି ଜାବିର ଉଦ୍ଦିନ, ଗୋବିନ୍ଦ ଚନ୍ଦ୍ର ସାହୁ, ଆଇନୀଜୀବି ମହେଶ ମହାନ୍ତି, ସ୍ବର୍ଗତ ମହାନ୍ତି ଙ୍କ କନ୍ୟା ମମତା ପଟ୍ଟନାୟକ, ସବିତା ମହାନ୍ତି, ଅର୍ପିତା ସାମଲ, ବନ୍ଦିତା ବିଶ୍ୱାଳ,ବିକ୍ରମ ପଟ୍ଟନାୟକ, ସନ୍ତୋଷ ସାମଲ, ବିଭୁତି ବିଶ୍ୱାଳ, ଅରବିନ୍ଦ ଶରଣ, କାଳନ୍ଦୀ ଚରଣ ସାହୁ, ଅମ୍ବିକା ପ୍ରସାଦ ଦାସ, ବୁଦ୍ଧେଶ୍ୱର ଦାସ ପ୍ରମୁଖ ଜନନେତା ଶରତ ବାବୁ ଙ୍କ ଜୀବନଦର୍ଶନ ଓ ନିଜନିଜର ଅନୁଭୂତି ଅନୁଭବ ର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ମୁନୁ, କଳ୍ପନା, ଗୁଗୁ, ଡ଼ୁବୁ ଓ ଶିଶିର ମହାନ୍ତି ଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed