ବନବିଭାଗ ପକ୍ଷରୁ ୧୪ ତମ ଜାତୀୟ ଜଙ୍ଗଲ ଦିବସ ପାଳନ
ସାନଖେମୁଣ୍ଡି:( ବିଜୟ କୁମାର ପ୍ରଧାନ ) ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ପୋଡାମାରୀ ରେଞ୍ଜ ଅଫିସ୍ କାର୍ଯ୍ୟାଳୟ ପରିସରରେ ବନବିଭାଗ ପକ୍ଷରୁ ୧୪ ତମ ଜାତୀୟ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି । ବନସେବା ସଂଘ ଗଜପତି ଜୋନ୍ ତରଫରୁ ସଭାପତି ତଥା ଭୀଷ୍ମଗିରି ସେକ୍ସନର ବନପାଳ ଦେବାଶିଷ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବନବିଭାଗ କର୍ମକର୍ତ୍ତା ମାନେ ଦେଶର ଜଙ୍ଗଲ , ବନ୍ୟଜନ୍ତୁ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ବନ କର୍ମଚାରୀ (ଫରେଷ୍ଟ ଗାର୍ଡ, ରେଞ୍ଜର) ଏବଂ ପରିବେଶ ପ୍ରେମୀମାନଙ୍କ ବଳିଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି ପାଳନ ସମୟରେ ଚନ୍ଦ୍ରଗିରି ବନାଞ୍ଚଳ ଭାରପ୍ରାପ୍ତ ରେଞ୍ଜର ରୂପକ ପ୍ରଧାନ , ବନପାଳ ବିଜୟ ମହାରଣା , ସୁଧାକର କଣ୍ଡାଳୁ , ବାରିକ ବେହେରା , ଗଣେଶ ପ୍ରଧାନ , ଦୁର୍ଯୋଧନ ଜେନା , ବନରକ୍ଷୀ ବନ୍ଧିଆ ଗମାଙ୍ଗ , ଗିରିଜା ଶଙ୍କର ଦୋରା , ବିଷ୍ଣୁପ୍ରିୟା ଗୈାଡ ସମେତ ବହୁ ସଂଖ୍ୟକ ବନ କର୍ମଚାରୀ ଉପସ୍ଥିତ ରହିଥିଲେ ।
