September 12, 2026

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଜାତିଆଣ ମନ୍ତବ୍ୟ ଘଟଣା ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ / ସରପଞ୍ଚ ସଂଗଠନ ଓଡ଼ିଶା ରାଜ୍ୟ ଶାଖାର ନିନ୍ଦା

IMG-20260912-WA0059
Share

 

 

ବ୍ରହ୍ମପୁର,12/9: ଆସିକା ପଂଚାୟତ ସମିତି ବୈଠକରେ ଆସିକା ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକମାନେ ହରିଡ଼ାପଦର ମହିଳା ସରପଞ୍ଚ ଜୟନ୍ତୀ ବେହେରାଙ୍କୁ ଦୁର୍ବ୍ୟବହାର, ଅପମାନଜନକ ଆଚରଣ ଓ ଜାତିଆଣ ମନ୍ତବ୍ୟ ଘଟଣାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ / ସରପଞ୍ଚ ସଂଗଠନ ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଦାବି କରାଯାଇଛି ।

ସଂଗଠନ ସଭାପତି ରବି ରଥ କହିଛନ୍ତି ଯେ, ଜଣେ ମହିଳା ଜନପ୍ରତିନିଧିଙ୍କ ସହ ସମିତି ବୈଠକ ସମୟରେ ଏଭଳି ଆଚରଣ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଜନପ୍ରତିନିଧିଙ୍କ ମର୍ଯ୍ୟାଦା ପ୍ରତି ଅସମ୍ମାନ। ଘଟଣାର ନିରପେକ୍ଷ ତଦନ୍ତ କରିବା, ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବା, ମହିଳା ସରପଞ୍ଚଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇବା ଏବଂ ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ରଥ ଦାବି କରିଛନ୍ତିି।

 

 

 

 

(ରବି ରଥ)

ସଭାପତି

ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ / ସରପଞ୍ଚ ସଂଗଠନ ଓଡ଼ିଶା ରାଜ୍ୟ ଶାଖା