September 12, 2026
ajiro khabar
Share

 

 

୧-ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା।

 

୨-କେନ୍ଦ୍ରାପଡ଼ା:ଭିତରକନିକାରେ ବଢ଼ିଲେ ଦେଶୀୟ ପକ୍ଷୀ , ଗତବର୍ଷ ତୁଳନାରେ ୧୪୮୩ଟି ଅଧିକ ପକ୍ଷୀ ଅଛନ୍ତି।

 

୩-୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ଅକ୍ଟୋବର ୨୬ରୁ ନଭେମ୍ବର ୭ ଯାଏଁ ଘରକୁ ଘର ହେବ ଭୋଟର ସର୍ଭେ।

 

୪-ଭୁବନେଶ୍ୱର:ସଂଶୋଧିତ ପାଠ୍ଯ ପୁସ୍ତକକୁ ଭୁଲିଗଲେ,ବହି ନାହିଁ, ସପ୍ତାହ ପରେ ଅର୍ଦ୍ଧ ବାର୍ଷିକ ପରୀକ୍ଷା!

 

୫-ଭୁବନେଶ୍ୱର:କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅନୁଦାନ,୯.୫୬ କୋଟିର ପ୍ରଥମ କିସ୍ତି ପ୍ରଦାନ।

 

୬-ଆଉ ୭–୮ ଦିନରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ; ଆସୁଛି ଫୋଲ୍ଡିଂ ରାମ୍ପ, ବାୟୋମେଟ୍ରିକ୍ ସୁବିଧା ବି।

 

୭-ଦିନିକିଆ ଛତିଶଗଡ଼ ଗସ୍ତରେ ଡ. ଅଚ୍ୟୁତ ସାମନ୍ତ, ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ସହ କଲେ ସୌଜନ୍ୟମୂଳକ ସାକ୍ଷାତ।

 

୮-ଭୁବନେଶ୍ୱର:OSSF ଯବାନଙ୍କ ପାଇଁ SBI ସହ ଓଡ଼ିଶା ପୋଲିସର ଏମ୍‌ଓୟୁ ସ୍ୱାକ୍ଷରିତ

 

୯-ସୁରକ୍ଷା ପାଇଁ ରତ୍ନଭଣ୍ଡାର ଗଣତି ରିପୋର୍ଟ ହେବନି ସାର୍ବଜନୀନ: ଆଇନ ମନ୍ତ୍ରୀ।

 

୧୦-ଓରାଙ୍ଗ ଓଟାନ ଉଦ୍ଧାର ଘଟଣା : ଦୀଘା ହୋଟେଲରୁ ୩ ଜଣଙ୍କୁ ଉଠାଇ ନେଲା ଏସଟିଏଫ ଟିମ୍, ଚାଲିଛି ଖୋଳତାଡ଼।

 

୧୧-୧୫ ହଜାର ଟଙ୍କା ଲାଂଚ ନେଇ ଧରା ପଡ଼ିଲେ ଖଲ୍ଲିକୋଟ ଥାନା ଏଏସ୍‌ଆଇ ସୁଜିତ ପାଣିଗ୍ରାହୀ।

 

୧୨-ରାଜ୍ୟସଭା କ୍ରସ୍‌ ଭୋଟିଂ ବିବାଦରେ ନୂଆ ଟ୍ୱିଷ୍ଟ; ସ୍ପିକରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ହାଇକୋର୍ଟର ଦ୍ୱାରସ୍ଥ ହେଲା ବିଜେଡି।

 

୧୩-ଆସନ୍ତା ୫ ଦିନ ଯାଏଁ ବ୍ୟାଙ୍କ ବନ୍ଦ,

୪ ଦଫା ଦାବି ନେଇ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଜାରି।

 

୧୪-ଜମି ମାମଲାରେ ବଡ଼ ପରିବର୍ତ୍ତନ; ଲଞ୍ଚ ହେଲା ବୋର୍ଡ ଅଫ୍ ରେଭେନ୍ୟୁର ନୂଆ ୱେବସାଇଟ୍, ଆସିଲା ତ୍ରୈମାସିକ ଜର୍ଣ୍ଣାଲ୍।

 

୧୫-ବାରିପଦା:ଭିଜିଲାନ୍ସ ଜାଲରେ STS ବିଭାଗର ୨ ଅଡିଟ୍ ଅଫିସର,ଗାଡିରୁ ୫ ଲକ୍ଷ ୮୦ ହଜାର ଟଙ୍କା ଜବତ ।

 

୧୬-ସେପ୍ଟେମ୍ବର ୧୭ରେ ସାରା ଓଡ଼ିଶାରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ ପାଇଁ ଉପମୁଖ୍ୟମନ୍ତ୍ରୀ ଦେଲେ ଆହ୍ୱାନ।

 

୧୭-ନୁଆଁପଡା,ସିନାପାଲି ଅଞ୍ଚଳ:ପ୍ରେମ ପାଇଁ କୀଟନାଶକ ପିଇଦେଲେ ପ୍ରେମୀଯୁଗଳ; ପ୍ରେମିକା ମୃତ, ପ୍ରେମିକ ଗୁରୁତର

 

୧୮-ମହିଳା ଟି୨୦ ଏସିଆ କପ୍: ଆସନ୍ତା କାଲି ଭାରତ ଶ୍ରୀଲଙ୍କା ଫାଇନାଲ ମ୍ୟାଚ୍।

 

୧୯-ହକି ଜୁନିଅର ଏସିଆ କପ୍:ଭାରତ – ଦକ୍ଷିଣ କୋରିଆ ଫାଇନାଲ।

 

୨୦-ବଜାରରେ ମିଳୁଛି ବିଷ ମିଶା କଦଳୀ, ଜଲଦି ପଚାଇବା ପାଇଁ ବ୍ୟବହାର ହେଉଛି ଇଥୋପନ୍‌। ଯାହାକୁ ଖାଇ ନଷ୍ଟ ହୋଇପାରେ ଶରୀରର ନର୍ଭସ୍‌ ସିଷ୍ଟମ୍‌ !

 

୨୧-ଉତ୍ତର ଭାରତୀୟ ମହାସାଗରରେ ୨୦୨୬ର ଶେଷ ତିନିମାସରେ ୩ଟି ବଡ଼ ବାତ୍ୟା ସମ୍ଭାବନା! ୪୪ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ, ଇସ୍ରୋର ଚେତାବନୀ।

 

୨୨-କଲିକତା:ଗଙ୍ଗା ଗର୍ଭରେ ଲୀନ ହେଲା ରତୁଆ ଠାରେ ଥିବା ୧୫୦ ବର୍ଷର ପୁରୁଣା ଶିବ ମନ୍ଦିର।

 

୨୩-ବ୍ରିକ୍ସ ଶିଖର ସମ୍ମିଳନୀ: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇରାନ ରାଷ୍ଟ୍ରପତି ପେଜେସ୍କିଆନ୍‌ଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ।

 

୨୪-କଙ୍ଗୋରେ ଭୟଙ୍କର ଅଗ୍ନିକାଣ୍ଡ; ସ୍କୁଲରେ ନିଆଁ ଲାଗି ୨୬ ଛାତ୍ରଛାତ୍ରୀ ମୃତ, ଏକାଧିକ ଆହତ।