September 12, 2026

ଉମରକୋଟ ସହର ନିକଟସ୍ଥ ବଡକୁମାରୀ ଠାରେ ନାଗାସାଧୁ ଙ୍କ ଭେଷରେ ଡକାୟତ ମାନେ ଆସି ବଡ ଧରଣର ଲୁଟ୍ ଉଦ୍ୟମ, ମହିଳାଙ୍କ ସାହସିକତା ଯୋଗୁଁ ବିଫଳ………….

IMG-20260912-WA0010
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ନିକଟସ୍ଥ ବଡକୁମାରୀ ଆଦିବାସୀ ଗ୍ରାମରେ ନାଗା ସାଧୁଙ୍କ ଭେଷ ରେ ଆସି ୫ ଡକାୟତ ଜଣେ ବୃଦ୍ଧ ଦମ୍ପତିଙ୍କ ଘରେ ଲୁଟ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଛନ୍ତି। ପ୍ରାୟ ସକାଳ ୮/ ୩୦ ସମୟ ରେ ଏକ ମେରୁନ ରଙ୍ଗ ହୋଣ୍ଡା ସିଟି ଦିଲ୍ଲୀ ରେଜିଷ୍ଟ୍ରେସନ୍ ଗାଡ଼ିରେ ଆଦିବାସୀ ବଡ କୁମାରୀ ଗ୍ରାମରେ ରହୁଥିବା ମୁକେଶ ମଣ୍ଡଲ ଙ୍କ ଘରେ ପହଞ୍ଚି ଥିଲେ। ମୁକେଶ ଉମରକୋଟରେ ରହିଥିବା ବେଳେ ଏହି ଘରେ ବାପା ହରିପଦ ମଣ୍ଡଲ ଓ ତାଙ୍କ ମାଆ ଝରଣା ମଣ୍ଡଲ ରୁହନ୍ତି। ବାପା ଚାଷୀ ଥିବା ବେଳେ ମା ଜଣେ ଅବସରପ୍ରାପ୍ତ ଅଙ୍ଗନୱାଡି ସୁପରଭାଇଜର ଅଟନ୍ତି। କାରରେ ୫ ଜଣ ନାଗ।ସାଧୁ ଭେଷରେ ଥିଲେ, ୨ ଜଣ କାରରେ ଥିବା ବେଳେ ୩ ଜଣ ମୁକେଶ ଙ୍କ ଘରକୁ ଯାଇଥିଲେ ଓ ପିଇବା ପାଇଁ ପାଣି ମାଗିଥିଲେ। ପାଣି ଦେବା ପରେ ଜଣେ ସାଧୁ କହିଲେ ଆପଣ ଘରେ ବହୁତ୍ ଅସୁବିଧା ଅଛି, ଏହି ଢ଼ାଳରେ ଘରେ ଯେତେ ସୁନା ଅଛି ସବୁ ପକ।ଅ ମୁ ମନ୍ତ୍ର କରିକି ଘରେ ସବୁ ଆଡେ ପାଣି ଛିଞ୍ଚି ଦେବୀ ଆଉ ସେ ଅସୁବିଧ। ଦୂର ହେଇଯିବ। ବାରଣ୍ଡାରେ ୨ ଜଣ ଥିବା ବେଳେ ଅନ୍ୟ ଜଣେ ଘର ଭିତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବା ବେଳେ ମୁକେଶଙ୍କ ମା କବାଟ ବନ୍ଦ କରି ଦେଲେ। ଫଳରେ ଡକାୟତ ଜଣକ ଦାଣ୍ଡ ରେ ଥିବା ରୋସେଇ ଘର ଭିତରେ ପ୍ରବେଶ କଲେ। ଡକାୟତଙ୍କ କଥାରେ ବିଶ୍ବାସ କରି ମୁକେଶଙ୍କ ବାପା ସେ ପିନ୍ଧି ଥିବା ଗୋଟିଏ ସୁନା ମୁଦି , ସ୍ତ୍ରୀ ଙ୍କ ଗୋଟିଏ ଭଙ୍ଗା ସୁନା ନ।କ ଫୁଲ ଓ ୧୫୦୦ ଟଙ୍କା ଦେଇ ଦେଇ ଥିଲେ। ତେବେ ଡକାୟତ ଜଣକ ଏତିକିରେ ସନ୍ତୁଷ୍ଟ ହେଇ ନ ଥିଲେ।ଆଉ ବୃଦ୍ଧା ମହିଳା ଜଣକ ପିନ୍ଧି ଥିବା ସୁନା ହାର ଓ କ।ନର ସୁନା ଫୁଲ ଦେବ। ପାଇଁ ଜିଦ୍ ଧରିଥିଲେ। ତେବେ ବୃଦ୍ଧ। ଜଣକ ମନା କରିବାରୁ ଡକାୟତ ବେକରେ ଥିବା ଚେନକୁ ଟାଣିବା ବେଳେ ମହିଳା ଜଣକ ସେଠାରୁ ଖସି ଯାଇ ବ।ଡିପଟୁ ବାହାରି ଦାଣ୍ଡକୁ ଆସି ପାଟି କରିଥିଲେ। ଡକାୟତ ଦଳ ଧର। ପଡ଼ିଯିବା ଭୟରେ କ।ର ଭିତରେ ପଶି ଦ୍ରୁତ ବେଗରେ ସେଠାରୁ ପଳ।ଇ ଯାଇଥିଲେ। ତେବେ କିଛି ବାଟ ଯିବା ପରେ ଗୋଟିଏ ଦୋକାନକୁ ଯାଇ ୧୧ ଲିଟର ପେଟ୍ରୋଲ ଓ ୫୦୦ ଟଙ୍କା ମାଗି ଥିଲେ।କିନ୍ତୁ ଦୋକାନୀ ଜଣକ ସାଧୁ ମାନଙ୍କୁ ଦେଖି ପେଟ୍ରୋଲ ନ।ହିଁ ୫୦୦ ଟଙ୍କା ଦେଇ ଥିଲେ। ତେବେ ଆଗକୁ ଯିବାପାଇଁ ଆଉ ରାସ୍ତା ନ ଥିବା ଜାଣି ପୁଣି ମୁକେଶଙ୍କ ଘର ବାଟରେ ଫେରିଲେ। ଏହି ସମୟ ରେ କିଛି ଲୋକ ଘର ସମୁଖ ରେ ଥିବା ଦେଖିକି ଧର।ପଡ଼ିଯିବା ଭୟରେ ୧୦୦ କିଲୋମିଟର ବେଗରେ ପଳ।ଇ ଥିଲେ ଲୋକେ କାରକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ହେଁ ଦ୍ରୁତ ବେଗରେ ଥିବା କ।ରକୁ ଦେଖି ଲୋକେ ଛିନ୍ ଛତ୍ର ହେଇ ଯାଇଥିଲେ ହେଁ କାର ଉପରେ ପଥର ଓ ଢେଲ। ମାଡ ମାରିଥିଲେ ହେଁ ଡକାୟତ ଦଳ ଖସି ପଳାଇବା ରେ ସଫଳ ହେଇଥିଲେ। ଖବର ପାଇଁ ଉମରକୋଟ ଥାନା ଆଇଆଇସି ଯୁଗଳ ଶବର ସାଇଣ୍ଟଫିକ ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଡକାୟତ ମାନେ ହିନ୍ଦୀରେ କଥା ହେଉ ଥିଲେ। ତେଣୁ ପୋଡଶୀ ଛତିଶଗଡର ହେଇଥିବା ଅନୁମାନ କରାଯାଉଛି।ତେବେ ଗ୍ରାମରେ ଲାଗିଥିବା ସିସି ଟିଭି କେମେରା ରେ ଭିଡିଓ ଉତଳନ ହେଇଥିଲେ ହେ କାରର ରେଜିଷ୍ଟ୍ରେସନ୍ ନମ୍ବର ଦେଖାଯାଉ ନ ଥିବ।ରୁ ପୋଲିସକୁ କାର ଠାବ କରିବାରେ ଅସୁବିଧା ସୃଷ୍ଟି ହୋଇଛି। ତେବେ ଏପରି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ପୁଅ ମୁକେଶ ଆସି ଉମରକୋଟ ଥାନାରେ ଏତଲା ଦେଇଛନ୍ତି।