ବିଶ୍ଵ ଭାତୃତ୍ଵ ରାଷ୍ଟ୍ରଦୂତ ଭାବରେ ସତ୍ୟ ଗୋପାଳ ପରିଜାଙ୍କ ମାଲେସିଆ ଗସ୍ତ
ତିର୍ତ୍ତୋଲ ତା ୧୧/୯ ମାଲେସିଆ ସ୍ଥିତ ପେନାଙ୍ଗ ଠାରେ ଆୟୋଜିତ ୱାଇ ଜ ମ୍ୟାନ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ତେନ୍ତୁଳିପଦା ଗ୍ରାମର ଶ୍ରୀ ସତ୍ୟ ଗୋପାଳ ପରିଜା l ଜାତି ସଂଘ ସହିତ ସହବନ୍ଧିତ ଅନ୍ୟତମ ଅନ୍ତର୍ଜାତୀୟ ସେବା ସଂସ୍ଥା ୱାଇଜ ମ୍ୟାନ ପକ୍ଷରୁ ଆୟୋଜିତ ୭୫ତମ ଅନ୍ତର୍ଜାତୀୟ ସମ୍ମିଳନୀରେ ଶ୍ରୀ ପରିଜା ବିଶ୍ୱ ଭାତୃତ୍ଵ ରାଷ୍ଟ୍ର ଦୂତ ଭାବରେ ଭାରତରୁ ପ୍ରତିନିଧିତ୍ବ କରିଛନ୍ତି l ଅନ୍ୟମାମାନଙ୍କ ମଧ୍ୟରେ ଓଡ଼ିଶାରୁ ୧୦ଜଣ ତଥା ଭାରତରୁ ୬୭ ଜଣ ଯୋଗଦେଇଥିବାବେଳେ ସାରା ବିଶ୍ୱ ରୁ ପ୍ରାୟ ୮୬ଟି ଦେଶରୁ ସାତଶହ ରୁ ଉର୍ଦ୍ଧ ପ୍ରତିନିଧି ଯୋଗଦେଇଥିବା ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଇ ଚାରା ବଜାୟ ରଖିବା ତଥା “ବସୁଦେବ କୁତୁମ୍ବକମ୍” ସାରା ବିଶ୍ୱ ଏକ ପରିବାର ବୋଲି ବାର୍ତ୍ତା ଦେଇଛନ୍ତି l ୱାଇ ଜମ୍ୟାନ ଓଡ଼ିଶା ଜିଲ୍ଳାର ପୂର୍ବତନ ଜିଲ୍ଳା ଗଭର୍ଣର ତଥା ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ମାଧ୍ୟମରେ ସମାଜସେବା କୁ ପ୍ରାଧାନ୍ୟ ଦେଉଥିବା ଆଇନଜୀବୀ ଶ୍ରୀ ପରିଜା ହେଉଛନ୍ତି ତେନ୍ତୁଳିପଦା ଗ୍ରାମର କର୍ମଚାରୀ ନେତା ସ୍ୱର୍ଗତ ଶ୍ରୀ ଗିରିଶ ଚନ୍ଦ୍ର ପରିଜା ଓ ବିଦ୍ୟୁତ ପ୍ରଭା ପରିଜାଙ୍କ କନିଷ୍ଠ ପୁତ୍ର ତଥା ସରଳା ଦାସ ସ୍ମୃତି ସଂସଦ ଭୁବନେଶ୍ୱର ର ଉପ ସଭାପତି ଶ୍ରୀ ବିକାଶ ଚନ୍ଦ୍ର ପରିଜାଙ୍କ ସାନଭାଇ l ବିଭିନ୍ନ ଦେଶର କଳା ସଂସ୍କୃତି ଓ ପରମ୍ପରା କୁ ବିଶ୍ୱ ଦରବାରରେ ପ୍ରଦର୍ଶନ ତଥା ଭାଇଚାରାର ଆଦାନ ପ୍ରଦାନ୍ ଉଦ୍ଦେଶ୍ୟରେ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ I ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
