September 8, 2026

ବଣିଆପାଟଣା କାଳୀ ମନ୍ଦିର ନିକଟ ହତ୍ୟା ମାମଲାର ପର୍ଦ୍ଦାଫାଶ ଅଭିଯୁକ୍ତ ଗିରଫ

IMG-20260908-WA0003
Share

 

ବାଲେଶ୍ବର ( )

 

ବାଲେଶ୍ୱର ଟାଉନ୍ ଥାନା ପୁଲିସକୁ ବଡ଼ ସଫଳତା। ବାଣିଆପାଟଣା କାଳୀ ମନ୍ଦିର ନିକଟରେ ଘଟିଥିବା ହତ୍ୟା ମାମଲାର ପୁଲିସ କରିଛି ସଫଳ ପର୍ଦ୍ଦାଫାଶ। ତ୍ୱରିତ ତଦନ୍ତ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି ପୁଲିସ।

ବାଲେଶ୍ୱର ଟାଉନ୍ ଥାନାରେ ରୁଜୁ ହୋଇଥିବା କେସ୍ ନମ୍ବର ୩୧୧, ତାରିଖ ୨୯ ଅଗଷ୍ଟ ୨୦୨୬ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତ୍ୱରିତ ତଦନ୍ତ ଏବଂ ତଥ୍ୟ ସଂଗ୍ରହ ପରେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରି ଗିରଫ କରିଛି।

ଏଥିସହ ହତ୍ୟା ଘଟଣାରେ ବ୍ୟବହୃତ ହୋଇଥିବା କଥିତ ଅସ୍ତ୍ରକୁ ପୁଲିସ ଉଦ୍ଧାର କରି ଜବତ କରିଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଇନ ଅନୁଯାୟୀ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯାଉଛି। ତ୍ୱରିତ ତଦନ୍ତ ଯୋଗୁଁ ହତ୍ୟା ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ବାଲେଶ୍ୱର ଟାଉନ୍ ଥାନା ପୁଲିସ।