September 8, 2026

ଯୁବକଙ୍କୁ ରୋଜଗାର କ୍ଷେମ କରିବାରେ ସହାୟକ ହେଲେ ଯୁବ ବ୍ୟବସାୟୀ ତଥା ସମାଜସେବୀ ରମେଶ ରାଉତ

IMG-20260908-WA0002
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

 

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ବାଉଁଶବଣିଆ ପଂଚାୟତ ବାଉଁଶବଣିଆ ଗ୍ରାମର ଲକ୍ଷ୍ମୀଧର ବାରିକ ଙ୍କ ପୁଅ,ତାପସ ବାରିକ ଙ୍କର ବାଲିଉରା ଛକ ନିକଟରେ ସେଲୁନ ଦୋକାନ ତା ୨-୦୯-୨୦୨୬ ରିଖରେ ମଙ୍ଗଳବାର ମଧ୍ୟରାତ୍ରି ରୁ ଚୋରି ହୋଇଥିଲା, ନୀଳଗିରି ଥାନାରେ ଲିଖିତ ଅଭିଯୋଗ ପରେ, ଅଭିଯୋଗ ଅନୁଯାଇ ପୋଲିସ ତଦନ୍ତ କରୁଛନ୍ତି, ମୂଲ୍ୟବାନ ଯନ୍ତ୍ରାସ ଶହ ନଗଦ ୨୫୦୦ ଟଙ୍କା ଅନ୍ୟାନ ଦୋକାନ ସାମଗ୍ରୀ ଚୋରି କରି ନେଇଥିବା ଖବର ପ୍ରସାରଣ ପରେ,ନୀଳଗିରି କଦମସାହି ସ୍ଥିତ ରାଉତ ଗ୍ରୋସେରୀ ର ୱନର ଓ ନିଜିଗଡ଼ ସେବା ସମବାୟ ସମିତି ରେ ବୋର୍ଡ ଡାଇରେକ୍ଟର ତଥା ଯୁବ ସମାଜସେବୀ ରମେଶ ରାଉତ ଚୋରି ହେଇଥିବା ସମସ୍ତ ସେଲୁନ ସାମଗ୍ରୀ ଯନ୍ତ୍ରାଂଶ କୁ ନୂଆ କିଣି ଦେବା ସହିତ କିଛି ଆର୍ଥିକ ରାଶି ସହାୟତା ପ୍ରଦାନ କରିଛନ୍ତି ସେ କିପରି ଆଗ ଭଳି ସ୍ୱାଭଲମ୍ବୀ ହୋଇ ପୂର୍ବପରି ରୋଜଗାର କ୍ଷମ ହୋଇ ପାରିବ ସେହି ଉଦେଶ୍ୟ ନେଇ ମହାନତା ର ପରିଚୟ ପ୍ରଦାନ କରିଥିଲେ ତେଣୁ ଉକ୍ତ କାର୍ଯ୍ୟକ୍ରମ ସମିତିସଭ୍ୟ ଶୁଭେନ୍ଦୁ ସ୍ୱାଇଁ, ପୂର୍ବତନ ନ୍ୟାୟ ସରପଞ୍ଚ ଉମାକାନ୍ତ ମଣ୍ଡଳ, ପୂର୍ବତନ ସରପଞ୍ଚ ପ୍ରାଥୀ ଚନ୍ଦନ ଦାଶ, ଯୁବନେତା ଯାକେଶ ପରିଡା, କୈଳାଶ ସ, ତନ୍ମୟ ପାତ୍ର, ପରମେଶ୍ୱର ପାତ୍ର ପ୍ରମ୍ମୁଖ ଉପସ୍ଥିତ ରହି ସାଧୁବାଦ ଜଣାଇଥିଲେ‌