September 5, 2026

ବରପାଲିରେ ନବାନ୍ନ ପାଇଁ ଲଗ୍ନ ନିର୍ଦ୍ଧାରଣ

IMG-20260905-WA0020
Share

ବରପାଲି ତା:୦୪-୦୯ (ସୁଦାମ ଦୀପ)

ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ର ଏକ ବୈଠକ ବସି ଆସନ୍ତା ନବାନ୍ନ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ବରପାଲି ବ୍ଲକ ସଭାପତି ପଣ୍ଡିତ କୃଷ୍ଣ ଚନ୍ଦ୍ର ଦେବତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ପଣ୍ଡିତ ମାନଙ୍କ ଉପସ୍ଥିତି ରେ ନବାନ୍ନ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଥିଲା । ଆସନ୍ତା ୧୫. ୯. ୨୦୨୬ ତାରିଖ ଭାଦ୍ର ଶୁକ୍ଳ ରୁଷି ପଞ୍ଚମୀ ସକାଳ ୦୯.୩୦ ରୁ ୦୯.୪୪ ମଧ୍ୟେ ବିଶୁଦ୍ଧ ତୁଳା ଲଗ୍ନ ର ମେଷ ନବଂଶ ରେ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ଙ୍କ ଠାରେ ଭୋଗ ଲାଗି ହେବ । ଏହି ବୈଠକ ରେ ସଭାପତି ପଣ୍ଡିତ କୃଷ୍ଣ ଚନ୍ଦ୍ର ଦେବତା ଙ୍କ ସହ ପଣ୍ଡିତ ହେମନ୍ତ ମିଶ୍ର , ଅରୁଣ କୁମାର ପଣ୍ଡା , ଡ ସରୋଜ କୁମାର ଦାଶ, ପିନାକୀ ଦାଶ, ଯୋଗେଶ ଦାଶ , ସଞ୍ଜୟ କୁମାର ମିଶ୍ର, ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

You may have missed