ପିଏମ୍ ଶ୍ରୀ ହରିହର ନୋଡାଲ ବିଦ୍ୟାପୀଠରେ ସକ୍ଷମ କେନ୍ଦ୍ର ଉଦ୍ଘାଟିତ ଓ କାର୍ଯ୍ୟକ୍ଷମ ଅନୁଷ୍ଠିତ
ଆଜି କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ହରିହର ନୋଡାଲ ବିଦ୍ୟାପୀଠ* ଠାରେ *ସକ୍ଷମ କେନ୍ଦ୍ର* ର ଶୁଭ ଉଦ୍ଘାଟନ ହୋଇ କାର୍ଯ୍ୟକ୍ଷମ ହୋଇଛି। ଏହି କେନ୍ଦ୍ର ସମଗ୍ର ଶିକ୍ଷା, ପୁରୀ ଆନୁକୂଲ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରତିଷ୍ଠା କରାଯାଇଛି।
ଏହି ଉଦ୍ଘାଟନୀ ସମାରୋହରେ -ମୁଖ୍ୟ ଅତିଥଥିଭାବେ କୃଷ୍ଣପ୍ରସାଦ ବ୍ଲକ ABEO ସିଦ୍ଧେଶ୍ୱର କରଣ, ସମ୍ମାନିତ ଅତିଥିଭାବେ ABEO ବଳଭଦ୍ର ସାହୁ, ଚିତ୍ରସେନ ସାହୁ ପ୍ରଧାନ ଶିକ୍ଷକ, (ପିଏମ୍ ଶ୍ରୀ ହରିହର ନୋଡାଲ ବିଦ୍ୟାପୀଠ) ଦୀନବନ୍ଧୁ ପ୍ରଧାନ ଉପସ୍ଥିତ ଥିଲେ। ସମାରୋହରେ ବ୍ଲକର CRCC, ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।ଫଟୋରେ ଦେଖାଯାଉଥିବା ଭିନ୍ନକ୍ଷମ ପିଲାମାନଙ୍କୁ ଫୁଲ ଦେଇ ସ୍ୱାଗତ କରାଯାଇ ସକ୍ଷମ କେନ୍ଦ୍ରର କାର୍ଯ୍ୟକାରିତା ବିଷୟରେ ବୁଝାଇ ଦିଆଯାଇଥିଲା।
ଏହି କେନ୍ଦ୍ର ମାଧ୍ୟମରେ କୃଷ୍ଣପ୍ରସାଦ ବ୍ଲକର ସମସ୍ତ ଭିନ୍ନକ୍ଷମ ପିଲାଙ୍କୁ ନିମ୍ନ ସେବା ଯୋଗାଇ ଦିଆଯିବ –
୧. PRASHAST App ମାଧ୍ୟମରେ ପିଲାମାନଙ୍କର ପ୍ରାରମ୍ଭିକ ଚିହ୍ନଟ ଓ ମୂଲ୍ୟାୟନ
୨. ପ୍ରତ୍ୟେକ ପିଲା ପାଇଁ Individualized Education Plan (IEP) ପ୍ରସ୍ତୁତ
୩. ବିଶେଷ ଶିକ୍ଷା, ଥେରାପି ଏବଂ ରିମେଡିଆଲ କ୍ଲାସର ବ୍ୟବସ୍ଥା
୪. ବ୍ରେଲ୍ ବହି, ଶ୍ରବଣ ଯନ୍ତ୍ର, ହୁଇଲ୍ ଚେୟାର ଓ TLM ସାମଗ୍ରୀ ଯୋଗାଣ
୫. ଅଭିଭାବକ ପରାମର୍ଶ ଓ ସଚେତନତା କାର୍ଯ୍ୟକ୍ରମ
୬. ପିଲାମାନଙ୍କର ପ୍ରଗତିର ନିୟମିତ ଅନୁଧ୍ୟାନ ଓ PRASHAST ପୋର୍ଟାଲରେ ଏଣ୍ଟ୍ରି
ମୁଖ୍ୟ ଅତିଥି ABEO ସିଦ୍ଧେଶ୍ୱର କରଣ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମସ୍ତ CRCC ମାନେ ନିଜ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ପ୍ରଧାନ ଶିକ୍ଷକଙ୍କୁ PRASHAST App ର Teacher Module ଶେଷ କରିବା ଏବଂ ସମସ୍ତ ଭିନ୍ନକ୍ଷମ ପିଲାଙ୍କୁ ଚିହ୍ନଟ କରି ସକ୍ଷମ କେନ୍ଦ୍ର ସହ ଯୋଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ୱାରା କୌଣସି ଭିନ୍ନକ୍ଷମ ପିଲା ଶିକ୍ଷାରୁ ବଞ୍ଚିତ ହେବେ ନାହିଁ।
ସମ୍ମାନିତ ଅତିଥି ବଳଭଦ୍ର ସାହୁ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଦ୍ୟାଳୟ ପରିବାରକୁ ଧନ୍ୟବାଦ ଜଣାଇଥିଲେ।
ଶେଷରେ ଏହି କାର୍ଯ୍ୟକ୍ରମକୁ ଦୀନବନ୍ଧୁ ପ୍ରଧାନ, BRP ଏବଂ ହରପ୍ରିୟା ବେହେରା ତଥା ସମସ୍ତ ଅନ୍ତର୍ନିବେଶି ଶିକ୍ଷା ସ୍ବେଚ୍ଛାସେବୀ ମାନେ ସହଯୋଗ ସୁଚାରୁ ରୂପେ ପରିଚାଳନା କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
