ଆଜିର ଖବର.
୧-ଭୁବନେଶ୍ୱର: ଆସନ୍ତା ୧୮ ଯାଏଁ ବଢ଼ିଲା ‘ବିଦେଶ ଶିକ୍ଷା ବୃତ୍ତି’ ଆବେଦନ ଅବଧି।
୨-ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା; ପ୍ରମାଣପତ୍ର ଦେଲେ IGBC ଅଧ୍ୟକ୍ଷ।
୩-ଭୁବନେଶ୍ୱର:ଦାବି ପୂରଣ ହେଉନି,୧୭ ଦିନରେ ପହଞ୍ଚିଲାଣି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ।
୪-ଭୁବନେଶ୍ୱର: ଆସନ୍ତା ୧୫ ଯାଏଁ ଚାଲିବ ‘ଇଗ୍ନୋ’ ନାମଲେଖା ପ୍ରକ୍ରିୟା।SC ଓ ST ପାଇଁ ୫୦% ନାମଲେଖା ଦେୟ ଛାଡ
୫-ବାଲେଶ୍ଵର:ପୁଣି ବନ୍ୟା ଆଶଙ୍କା, ବିପଦ ସଙ୍କେତ ଛୁଇଁଲା ବୈତରଣୀ ଓ ଜଳକା ଓ ସୁବର୍ଣ୍ଣରେଖା।ଏବର୍ଷ ଷଷ୍ଠଥର ପାଇଁ ବୈତରଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
୬-କଟକ:ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ମିଳିବନି ତ୍ରାହି, ଚାଲାଣ କାଟିଦେବ ଏଆଇ କ୍ୟାମେରା।
୭-(SJTA) ପକ୍ଷରୁ ସୂଚନା ଜାରି:ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବାରୁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
୮-୨୪ ଘଣ୍ଟାର ବର୍ଷାର ତାଣ୍ଡବ; ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୩୦୯ ମି.ମି.ରେକର୍ଡ, ରାଜ୍ୟରେ ୭୪% ଅଧିକ ବୃଷ୍ଟି।
୯-ପାରାଦୀପ:୭ ଦିନର ଖୋଜାଖୋଜି ପରେ ବନ୍ଦ ହେଲା MV Ocean Winner ସର୍ଚ୍ଚ ଅପରେସନ୍; ୨୨ ନାବିକଙ୍କୁ ମୃତ ବୋଲି ଧରିଲେ କୋଷ୍ଟଗାର୍ଡ।
୧୦-ଏବେ ବାସୀ ଓ ଅଖାଦ୍ୟ ଉପରେ ଆକ୍ସନ୍। ଫୁଡ୍ ସେଫ୍ଟି ବିଭାଗର ନଜର ଏବେ ସାରା ରାଜ୍ୟର ହୋଟେଲ୍ ଓ ରେଷ୍ଟୁରାଣ୍ଟ ଉପରେ।
୧୧-ଆୟୁଷ୍ମାନରେ ମିଶିବ ନାହିଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା।ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ।
୧୨-SI ପରୀକ୍ଷା ତଦନ୍ତ : ଗୃହ ବିଭାଗକୁ CBIର ଚିଠି, ପଚରାଉଚରା ହୋଇପାରନ୍ତି OPRB ଅଧ୍ୟକ୍ଷ !
୧୩-ଭୁବନେଶ୍ୱର:ଶୈଳବାଳାକୁ ବିଶ୍ୱବିଦ୍ୟାଳୟ ମାନତ୍ୟ ପ୍ରସଙ୍ଗ, ପୁଣି ଜୋର ଧରିଲା ଦାବି।
୧୪-ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ, ଏଣିକି ପୂଜା ଆଳରେ ଚାନ୍ଦା ମାଗିଲେ ବନ୍ଧା ହେବେ।
୧୫-ଅନୁଗୋଳ:ହାତୀକୁ ଘଉଡ଼ାଇବାକୁ ଯାଇ ନିଜେ ଗଛରେ ଚଢ଼ିଲେ ବନ କର୍ମଚାରୀ; ଦୀର୍ଘ ୧ ଘଣ୍ଟା ଧରି ତଳେ ଜଗି ରହିଲା ହାତୀପଲ।
୧୬-ପୀତବାସ ପଣ୍ଡା ହତ୍ୟା ମାମଲା; ୧୦ ମାସ ୧୦ ଦିନ ପରେ ଜେଲରୁ ମୁକୁଳିଲେ ବିକ୍ରମ ପଣ୍ଡା, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ।
୧୭-ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା:ବୁମରା,ସଞ୍ଜୁ,ନୀତୀଶ ଓ ସୁନ୍ଦର ଫେରିଲେ।
୧୮-ନ୍ୟୁୟର୍କ:ୟୁଏସ ଓପନ,୨ୟ ରାଉଣ୍ଡରେ ସାବାଲେଙ୍କା କେୟିସ ଓ ସ୍ବିଆଟେକ୍।
୧୯-ଶ୍ରୀହରିକୋଟା: ଆସନ୍ତା ୪ରେ GSLV-F୧୭ ରକେଟ୍ ମାଧ୍ୟମରେ ଜିଓଷ୍ଟେସନାରୀ ଇମେଜିଂ ସାଟେଲାଇଟ୍ ଉତକ୍ଷେପଣ ହେବ।
୨୦-ବିଭିନ୍ନ ଦାବି ନେଇ ସେପ୍ଟେମ୍ବର ୧୧ରେ ସାରା ଦେଶରେ ବ୍ୟାଙ୍କ ଧର୍ମଘଟ ଘୋଷଣା।
୨୧-ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଛାତ୍ରଙ୍କ ବିରୁଦ୍ଧରେ ସମସ୍ତ ମାମଲା ଖାରଜ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ,ସେପ୍ଟେମ୍ବର ୫ ବିକ୍ଷୋଭ ବାତିଲ କଲା CJP।
୨୨-ଇରାକକୁ ୮୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି କରିବ ଆମେରିକା, ଇରାନର ବଢ଼ିଲା ଚିନ୍ତା।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
