September 2, 2026

ଉମରକୋଟ,ସାଂସଦଙ୍କ ପୌରପରିଷଦ ଓ ହସ୍ପିଟାଲ ଠାରେ ସମୀକ୍ଷା ବୈଠକ……

IMG-20260902-WA0023
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଲୋକସଭା ସଦସ୍ୟ ବଲଭଦ୍ର ମାଝୀ ଆଜି ଉମରକୋଟ ପୌର ପରିଷଦ ଓ ଉପଖଣ୍ଡ ହସ୍ପିଟାଲ ଠାରେ ପୃଥକ୍ ପୃଥକ୍ ଭାବେ ସମୀକ୍ଷା ବୈଠକ ରେ ଯୋଗଦାନ କରି ସମୀକ୍ଷା କରିଥିଲେ। ଡବଲ ଇଞ୍ଜିନ ସରକାର ଉମରକୋଟ ପୌର ପରିଷଦ ପାଇଁ ବହୁତ୍ ଅନୁଦାନ ଦେଉ ଥିବା ସତ୍ତ୍ୱେ ସେହି ପ୍ରକାର ର ଉମରକୋଟର ବିକାଶ ହେଇ ନାହିଁ ବୋଲି କହିବା ସହ ରାସ୍ତା ,ଡ୍ରେନ୍ ଓ ସଫେଇ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ।ସେହିପରି ତୁରନ୍ତ ଉମରକୋଟ ସହରର ଉନ୍ନତି ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ବାହୀ ଅଧିକାରୀ ଙ୍କୁ କହିବା ସହ ପ୍ଲାନରେ ସହରର ପ୍ରତି ଛକ ଠାରେ ଯେପରି ରନିଙ୍ଗ ୱ।ଟର ସହ ଟଏଲଟ ରଖିବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିପରି ସମସ୍ତ ଡ୍ରେନ୍ ରେ କଭର କରିବା ପାଇଁ ପରାମର୍ଶ ଦେଇଥିଲେ ସାଂସଦ। ପୌର ପରିଷଦର ସମୀକ୍ଷା ବୈଠକରେ ପୌରଦକ୍ଷ। ରାଧା ଭତ୍ରା, ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁ ଗୁଳିଆ ପୌରପରିଷଦର ଏମଇ ଅଶ୍ୱିନୀ କୁମାର ପଟ୍ଟନାୟକ, ସମସ୍ତ କାଉନସିଲର ଓ ପୌର ପରିଷଦର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପରେ ଉପଖଣ୍ଡ ଚିକିତ୍ସାଳୟ ସ୍ଥିତ ସଭାଗୃହରେ ନବରଙ୍ଗପୁର ଏମପି ବଳଭଦ୍ର ମାଝୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନବରଙ୍ଗପୁର ସିଡିଏମଓ,ଉମରକୋଟ ମେଡ଼ିକାଲ ଅଫିସର୍ ଡକ୍ଟର ଶରତ ଚନ୍ଦ୍ର ସେଠୀ , ମେଡ଼ିକାଲ ମ୍ୟାନେଜର ଶୁଭ୍ରାଂଶୁ ପାଲଟା ସିଂ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସାଂସଦ ଉମରକୋଟ ହସ୍ପିଟାଲ କୁ ପ୍ରତି ବର୍ଷ ୧ ଲକ୍ଷ ୩୦ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଡକ୍ଟରଙ୍କ ଘୋର ଅଭାବକୁ ପରିଲକ୍ଷିତ କରିଥିଲେ, ଉମରକୋଟ ହସ୍ପିଟାଲରେ ୪୫ ଡକ୍ଟର ରହିବ। ପାଇଁ ନିୟମ ଥିବା ବେଳେ ୧୪ ଜଣ ଡକ୍ଟର ଥିବା ଜାଣିବା ପରେ ରାଜ୍ୟ ସରକାର ଙ୍କୁ ଅଧିକ ଡକ୍ଟର ନିଯୁକ୍ତି ପାଇଁ ଆଲୋଚନା କରାଯାଇଛି ବୋଲି କହିଥିଲେ।ହସ୍ପିଟାଲ ରେ ଯନ୍ତ୍ରପାତି, ଭିତ୍ତିଭୂମି ଓ ଆମ୍ବୁଲାନ୍ସ ଘୋର ଅଭାବ ଥିବା ସାଂସଦ ଜାଣିବା ପରେ ଏହି ସମସ୍ୟା କୁ ଦୂର କରିବା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ ସାଂସଦ ଙ୍କ ସହ ରାଜ୍ୟ ଭାଜପା ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ରାମ ନାୟକ ଓ ଭୋଜନାଥ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।