August 30, 2026

ସମ୍ବଲପୁରରେ ଜାତୀୟ କ୍ରୀଡ଼ା ଦିବସ ପାଳିତ: ୫୦୦ରୁ ଊର୍ଦ୍ଧ୍ୱ ସାଇକେଲ ଆରୋହୀଙ୍କୁ ନେଇ ସାଇକେଲ ରାଲି ଆୟୋଜିତ

IMG-20260830-WA0024
Share

 

 

ସମ୍ବଲପୁର, ତା୩୦/୦୮/୨୬

 

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସମ୍ବଲପୁର ସହରରେ ଏକ ବିଶାଳ ସାଇକେଲ ରାଲି ଆୟୋଜିତ ହୋଇଯାଇଛି। ସ୍ୱାସ୍ଥ୍ୟ ସଚେତନତା, ସକ୍ରିୟ ଜୀବନଶୈଳୀ ଏବଂ କ୍ରୀଡ଼ା ମନୋଭାବର ବାର୍ତ୍ତା ଦେବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ସାଇକେଲ ଆରୋହୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ସମ୍ବଲପୁର ମହାନଗର ନିଗମ (ଏସଏମସି) କମିଶନର ଶ୍ରୀ ରେହାନ ଖେତ୍ରୀ (ଆଇଏଏସ) ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସତ୍ୟନାରାୟଣ ତାଣ୍ଡି ନେଲସନ ମାଣ୍ଡେଲା ଛକରୁ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ। ଦୈନନ୍ଦିନ ଜୀବନରେ ଶାରୀରିକ ସୁସ୍ଥତାକୁ ପ୍ରାଧାନ୍ୟ ଦେବା ପାଇଁ ସେ ଗୁରୁତ୍ୱାରୋପ କରିବା ସହ ଏତେ ବଡ଼ ସଂଖ୍ୟାରେ ଏକାଠି ହୋଇଥିବା ନାଗରିକମାନଙ୍କୁ ସାଧୁବାଦ ଜଣାଇଥିଲେ।

ସବୁ ବର୍ଗର ନାଗରିକ ଏହି ସାଇକେଲ ରାଲିରେ ନେଲସନ ମାଣ୍ଡେଲା ଛକରୁ ଆରମ୍ଭ ହୋଇ ମା’ ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ଘଣ୍ଟାଘର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

You may have missed