ଜଗନ୍ନାଥପୁର ପଞ୍ଚାୟତ ରେ ବ୍ଲକ କଂଗ୍ରେସକମିଟି ର ସାଙ୍ଗଠନିକ ବୈଠକ ..
ତିର୍ତ୍ତୋଲ ତା 30/8/2026 ତିର୍ତ୍ତୋଲବ୍ଲକ, ଜଗନ୍ନାଥପୁର ପଞ୍ଚାୟତ ରେ ତିର୍ତ୍ତୋଲବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ ଏକ ସାଙ୍ଗଠନିକ ବୈଠକ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଗତ ଶନିବାରଦିନ ପୂର୍ବାହ୍ନ ରେ ଆୟୋଜିତ ଏହି ବୈଠକ ରେ ତିର୍ତ୍ତୋଲ ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ନାୟକ, ବ୍ଲକକଂଗ୍ରେସକମିଟି ର ସଭାପତି ସଫି ଆଜମ୍,କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ, ଉପସଭାପତି ରଞ୍ଜନ ମହାପାତ୍ର, ଉପସଭାପତି ତଥା ଜଗନ୍ନାଥପୁର ପଞ୍ଚାୟତ ର ସରପଞ୍ଚ ସୁଶାନ୍ତ କୁମାର ନାୟକ, ସାଧାରଣ ସମ୍ପାଦକ ଶ୍ରୀପତି ଲେଙ୍କା, ଓ ଚାରିନମ୍ବର ଜୋନ ର ସଭାପତି ଅଜୟ ବସ୍ତିଆ ପ୍ରମ୍ମୁଖ ଯୋଗଦେଇ ଦଳୀୟ ସଙ୍ଗଠନ କୁ ସୁଦୃଢକରିବା ସହିତ ରାଜ୍ୟସରକାର ଙ୍କ ବିଭିନ୍ନ ସରକାରୀଯୋଜନାର ବାଟମାରଣା, ଆଇନି ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ପ୍ରାକୃତିକ ବିପର୍ଯ୍ୟୟ କୁ ସାମନାକରିବାକ୍ଷେତ୍ରରେ ବିଫଳତା, ଖଣିଖାଦାନ ର ନାଜ୍ୟ ପ୍ରାପ୍ୟ ରୁ ଓଡିଶାକୁ ବଞ୍ଚିତ କରିବାଠାରୁ ଆରମ୍ଭ କରି ନାରୀନିର୍ଯାତନା ଓ ଅହେତୁକ ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ନେତୃବୃନ୍ଦ ପରାମର୍ଶ ଦେଇଥିଲେ l ଏଥିସହିତ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇ, ପଞ୍ଚାୟତ କମିଟି ର ସଭାପତି ଭାବେ ରବୀନ୍ଦ୍ର କୁମାର ରାଉତ ଙ୍କୁ ଚୟନ କରାଯାଇଥିଲା l ତେବେ ଏହି କାର୍ଯ୍ୟକ୍ରମ ରେ ଶତାଧିକ ଦଳୀୟକର୍ମୀ ଓ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିବା ସହିତ ସମସ୍ତେ ଏକାଠି ହୋଇ ଦଳୀୟସଙ୍ଗଠନ କୁ ମଜଭୁତ କରିବା ନିମନ୍ତେ ସଂକଳ୍ପ ନେଇଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
