“ପ୍ରକୃତିକୁ ଭଲ ପାଇଲେ ଓ ତାର ଯତ୍ନ ନେଲେ ଏ ପୃଥିବୀ ଚିରଦିନ ପାଇଁ ବାସୋପଯୋଗୀ ହୋଇପାରିବ”
“ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର -୨୦୨୬
ସମ୍ବଲପୁର -ତା: ୩୦/୦୮/୨୦୨୬-
‘ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା
‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ବିଂଶତୀତମ ରବିବାସରୀୟ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୪୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଆଜି ପ୍ରାରମ୍ଭରେ ପ୍ରାର୍ଥନା ପରେ ବିଶିଷ୍ଟ ଶିକ୍ଷାବିତ ଡ଼.ଗିରିଧାରୀ ହୋତା ଜ୍ୟାମିତି ସମ୍ପର୍କିତ କିଛି ସାଧାରଣ ଜ୍ଞାନ ଶିକ୍ଷା ଦେଇଥିଲେ।
ପ୍ରଥମ ଅଧିବେଶନରେ ‘ମହାପୁରୁଷଙ୍କ ଜୀବନରୁ ଶିକ୍ଷା’ ଅନ୍ତର୍ଗତ ‘ଡ଼. ଏ.ପି.ଜେ ଅବଦୁଲ୍ କାଲାମ୍ – ଦି ମିସାଇଲ୍ ମେନ୍’ ଶୀର୍ଷକ ଆଲୋଚନା କରି ସରକାରୀ ଉଚ୍ଚ ବିଦ୍ୟାଳୟ, ଯୁଯୁମୁରାର ପ୍ରାକ୍ତନ ପ୍ରଧାନ ଶିକ୍ଷକ
ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା ‘ଉଚ୍ଚ ହେବା ପାଇଁ ସ୍ବପ୍ନ ଦେଖ ଓ ତାକୁ ହାସଲ କରିବା ପାଇଁ ପ୍ରୟାସ ଜାରି ରଖ’ ବୋଲି ପୂର୍ବତନ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ନିଜ ଜୀବନରେ ବ୍ରତ କର ବୋଲି ଶିକ୍ଷାର୍ଥୀ ମାନଙ୍କୁ ବୁଝାଇଥିଲେ l
ଦ୍ବିତୀୟ ଅଧିବେଶନରେ ‘ବିଜ୍ଞାନ ଓ କାରିଗରୀ ଶିକ୍ଷl’ ଅନ୍ତର୍ଗତ ‘ସତତଃ / ନିରନ୍ତର ବିକାଶରେ ଆମର ଭୂମିକା’ ସମ୍ପର୍କିତ ଆଲୋଚନା କରି ହିଂଡାଲକୋର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ.ସୁଶାନ୍ତ କୁମାର ଗୁରୁ ‘ପ୍ରକୃତିକୁ ଭଲ ପାଅ ଓ ତାର ଯତ୍ନ ନେଲେ ଏ ପୃଥିବୀ ଚିରଦିନ ବାସୋପଯୋଗୀ ହୋଇ ପାରିବ’ ବୋଲି ଶିକ୍ଷlର୍ଥୀଙ୍କୁ ବୁଝାଇ ଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର,
ବର୍ଷିଆନ ସାମ୍ବାଦିକ ଶ୍ରୀ ଅର୍ଜୁନ ରଞ୍ଜନ ପଣ୍ଡା ତଥା ପ୍ରଫେସର ସେବକ ତ୍ରିପlଠୀ ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ-ସଂଯୋଜକ
ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଶିକ୍ଷlବିତ୍
ଡଃ ଗିରିଧାରୀ ହୋତା ଓ ଶ୍ରୀ ପୃଥ୍ୱୀରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଅଫିସ ସହକାରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।
