August 29, 2026

ରୂପସା ଥାନା ପରିସରରେ ସାମ୍ବାଦିକଙ୍କୁ ମାରପିଟ୍‌ ଅଭିଯୋଗ ନିଜକୁ ଅତିରିକ୍ତ ଏସ୍‌ପି କହି ବୁମ୍‌ ଓ ମୋବାଇଲ ଛଡ଼ାଇ ନେବା ଅଭିଯୋଗ

IMG-20260829-WA0053
Share

 

ବାଲେଶ୍ୱର (ଦେବାଶିଷ ଦାଶ )

 

ବାଲେଶ୍ୱର ଜିଲ୍ଲା ରୂପସା ଥାନା ପରିସରରେ ସାମ୍ବାଦିକଙ୍କ ସହ ମାରପିଟ୍‌ ଓ ଦୁର୍ବ୍ୟବହାର ଅଭିଯୋଗ ଆସିଛି। ଜଣେ ବ୍ୟକ୍ତି ନିଜକୁ ଅତିରିକ୍ତ ଏସ୍‌ପି ବୋଲି ପରିଚୟ ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଏକ ଘଟଣାକୁ ନେଇ ସାମ୍ବାଦିକ ପ୍ରତିକ୍ରିୟା ମାଗିବା ସମୟରେ ଉକ୍ତ ବ୍ୟକ୍ତି ସାମ୍ବାଦିକଙ୍କ ହାତରୁ ବୁମ୍‌ ଓ ମୋବାଇଲ ଛଡ଼ାଇ ନେବା ସହ ତାଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ରହିଛି।

ଥାନା ପରିସର ଭଳି ସ୍ଥାନରେ ଏଭଳି ଘଟଣାକୁ ନେଇ ସାମ୍ବାଦିକ ମହଲରେ ଚର୍ଚ୍ଚା ଓ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ନିଜକୁ ଅତିରିକ୍ତ ଏସ୍‌ପି ବୋଲି ପରିଚୟ ଦେଇଥିବା ବ୍ୟକ୍ତି ପ୍ରକୃତରେ କିଏ ଏବଂ ଘଟଣାର ସମ୍ପୂର୍ଣ୍ଣ ସତ୍ୟତା କ’ଣ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି।