August 29, 2026

ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କ ପବିତ୍ର ଗଙ୍ଗା ଜଳାଭିଷେକ ରେ ରକ୍ତ ଦାନ ଶିବିର 

IMG-20260828-WA0092
Share

 

 

ବରଗଡ :୨୮-୦୮(ଜୟନ୍ତ କୁମାର ସେଠ)ବରଗଡ଼ ଜିଲ୍ଲା ର ଅଷ୍ଟଶମ୍ବୁ ଶୈବ ପୀଠ ସୋର୍ଣ୍ଣ| ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କ ପବିତ୍ର ଗଙ୍ଗା ଜଳାଭିଷେକ ଅବସର ରେ ବୋଲବମ କମିଟି ଭଏଁରୋ ପାଲି, ମନ୍ଦିର ପରିଚାଳନା କମିଟି ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୨୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ବୋଲବମ କମିଟି ଭଏଁରୋ ପାଲି, ମନ୍ଦିର ପରିଚାଳନା କମିଟି ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା,ଶୁଭେଛୁ,ସହଯୋଗୀ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।