ପ୍ରଧାନଶିକ୍ଷକକୁ ପଦୋନ୍ନତି ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ
ହାଟଡିହି ତା ୨୮/୮(ମନମୋହନ ନାୟକ) : କେନ୍ଦୁଝରଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହିବ୍ଲକ ଅଁରା ପଞ୍ଚାୟତ ଅଁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନାରାୟଣ ସାହୁ ପ୍ରଧାନ ଶିକ୍ଷକ କାର୍ଯ୍ୟରେ ବିଧିବଦ୍ଧ ଭାବେ ଯୋଗ ଦାନ କରିବାପରେ ଆଜି ବିଦ୍ୟାଳୟର ଫାଟକ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ପୁଷ୍ପ ଗୁଚ୍ଛ ଉପଢୋଊକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ୨୪ ତାରିଖ ସୋମବାର ଦିନ ପ୍ରଧାନଶିକ୍ଷକ ପଦୋନ୍ନତି କାର୍ଯ୍ୟାଦେଶ ମିଳିବା ପରେ ଆନନ୍ଦପୁର ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ପରିସରରେ ଶିକ୍ଷା ଅଧିକାରୀ ହରିହର ଦଳେଇ , ଅତିରିକ୍ତ ଶିକ୍ଷା ଅଧିକାରୀ ହେମେନ୍ଦ୍ର ମହାନ୍ତି ଓ ବରିଷ୍ଠ କିରାଣୀ ରବି ନାରାୟଣ ମିଶ୍ର ଶ୍ରୀ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଉକ୍ତଦିନ କାର୍ଯ୍ୟରତ ଥିବା ଗ୍ରାମପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶାଳବଣି ରୁ ରିଲିଭଅର୍ଡର ପ୍ରଧାନଶିକ୍ଷକ ରାଜୀବ ନାଇକ ଙ୍କ ଠାରୁ ଗ୍ରହଣ କରିବା ବେଳେ ପୁନଶ୍ଚ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇ ଥିଲା। ଅଁରା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ବିଜୟ କୁମାର ରାଉତରାୟ ଶ୍ରୀସାହୁଙ୍କୁମଧ୍ୟ ଆଜି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଜଣେ ଦକ୍ଷ ଗଣିତ ବିଜ୍ଞାନ ଶିକ୍ଷକ ପାଇ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଗଗନା ନନ୍ଦ ରାଉତ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସବିତା ରାଣୀ ଜେନା ,ସତ୍ୟବତୀ ପାତ୍ର ,ସୁଶ୍ରୀ ସଙ୍ଗୀତା ନାଇକ , ଭାରତୀ ମଞ୍ଜରୀ ରାୟ ଓ ଛାତ୍ରଛାତ୍ରୀ ଖୁସି ଅନୁଭବ କରୁଥିବା ଜଣା ପଡ଼ି ଥିଲା।
