ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ

ନୂଆଦିଲ୍ଲୀ/ସମ୍ବଲପୁର, ୨୮. ୦୮: ଆଜି ଓଡିଶା ଛାତ୍ର ସଙ୍ଗଠନ ଦ୍ୱାରା ନୁଆଦିଲ୍ଲୀରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରାଯାଇଛି। ଓଡ଼ିଶା ଛାତ୍ର ସଙ୍ଗଠନ ଦ୍ୱାରା ଶ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ
କାର୍ଯ୍ୟରତ ଥିବା ସମସ୍ତ ସୁରକ୍ଷା କର୍ମୀ ,ସଫେଇ କର୍ମୀ ତଥା ଦିଲ୍ଲୀରେ ରାସ୍ତା କଡ଼ରେ ବୁଲୁଥିବା ଛୋଟ ଛୋଟ ପିଲାଙ୍କ ସହିତ ମିଷ୍ଟାନ୍ନ ଖୁଆଇ ରକ୍ଷା ବନ୍ଧନ ପାଳନ କରାଯାଇଛି। ଓଡ଼ିଆ ଛାତ୍ର ସଙ୍ଗଠନ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦିଲ୍ଲୀ ରେ ପରିବାର ଭାବ ଜାଗ୍ରତ କରିବା ଓ ଭାତୃତ୍ୱ ଭାବନା,ସମାଜ ସେବା ,ଓଡ଼ିଶା ସଂସ୍କୃତି ର ପ୍ରଚାର ପ୍ରସାର ସହିତ ବିଦ୍ୟା ଅଧ୍ୟୟନ କରିବା। ଏହି ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ବିଭିନ୍ନ କାର୍ଯକ୍ରମ ନିଆରା ଢଙ୍ଗରେ ପାଳନ କରାଯାଏ। ରାସ୍ତା କଡ଼ରେ ବୁଲୁଥିବା ଛୋଟ ଛୋଟ ପିଲାଙ୍କ ସହିତ ରାକ୍ଷୀ ବନ୍ଧନ ବହୁତ୍ ଖୁସି ଅନୁଭୂତ ହୁଏ ବୋଲି ସଂଘଟନ ର କର୍ମକର୍ତ୍ତାମାନେ କହିଛନ୍ତି। ଏହି କାର୍ଯକ୍ରମ ରେ ଗବେଷକ, ସମାଜସେବୀ ତଥା ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା ଙ୍କ ସହିତ ଡ଼ ଶାନ୍ତନୁ ଦାସ, ପ୍ରଭାତ କୁମାର ସାହୁ, ପୂଜା ମୁଣ୍ଡା, ଶୁଭସ୍ମିତା ଭୁଏ,ନେହା ପଧାନ ,ସରିତା,ପ୍ରିୟଙ୍କା ଭୋଇ,ପାଦୁକା ଜାଲ,ଋତୁପର୍ଣ୍ଣା ବଡ଼ମାଳି, ପ୍ରଜ୍ଞା ପାରମିତା ରାଉତ,ସୁଷମା ପତି, ମିହିର କୁମାର ନାୟକ, ହେମନ୍ତ ପ୍ରଧାନ, ପ୍ରକାଶ ଯେନା, ବିଶ୍ୱଜିତ୍ ବାରିକ , ସନ୍ତୋଷ ମଣ୍ଡଳ,ମାନସ ପ୍ରଧାନୀ ଙ୍କ ସହିତ ଅନେକ ଓଡ଼ିଆ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
