August 30, 2026

ଉମରକୋଟ ଉପ-କାରାଗାରରେ ରକ୍ଷା ବନ୍ଧନ ପାଳିତ……..

IMG-20260828-WA0048
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଶାନ୍ତିକୁଞ୍ଜ (ହରିଦ୍ୱାର)ର ତତ୍ୱାବଧାନରେ ଉମରକୋଟ ବ୍ଲକ ଗାୟତ୍ରୀ ଗାୟତ୍ରୀ ପରିବାର ତରଫରୁ ଉମରକୋଟ ଉପ-କାରାଗାରରେ ପବିତ୍ର ରକ୍ଷା ବନ୍ଧନ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଉପ-କାରାଗାର ଅଧିକ୍ଷକ ଶ୍ରୀ ଗଗନ ବିହାରୀ ସାହୁ ଉପସ୍ଥିତିରେ କାରାଗାର ଅନ୍ତେବାସୀଙ୍କୁ ଗାୟତ୍ରୀ ପରିବାରର ଭଉଣୀମାନେ ରାକ୍ଷୀ ବାନ୍ଧି ଶୁଭକାମନା କରିଥିଲେ l ସ୍ଥାନୀୟ ସମାଜ ସେବୀ ତଥା ଆଧ୍ୟାତ୍ମ ଶ୍ରଦ୍ଧାଳୁ ମନୋଜ କୁମାର ଶର୍ମା ଏବଂ ସୁଶୀଳା ଶର୍ମା ଅନ୍ତେବାସୀଙ୍କୁ ଆଧ୍ୟାତ୍ମିକ ଚେତନା ଜାଗୃତ କରିବା ପାଇଁ ଉଦବୋଧନ ଦେଇଥିଲେ l ଜିଲ୍ଲା କାର୍ଯ୍ୟକର୍ତ୍ତା ମନୋଜ କୁମାର ପଟ୍ଟନାୟକ ରକ୍ଷା ବନ୍ଧନ ମର୍ମ ବୁଝାଇଥିଲେ l ଏହି ବ୍ୟବସ୍ଥାକୁ କରିବା ପାଇଁ ବ୍ଲକ ସଂଜଯୋକ ଦୂରସାଇ ନାୟକ, ହରିବନ୍ଧୁ ଡଙ୍ଗରି, ପର୍ଶୁରାମ ଭତ୍ରା, ସାଧୁରାମ ପୂଜାରୀ, ପର୍ଶୁରାମ ଗଣ୍ଡ ପରିଚାଳନା କରିଥିଲେ l ମହିଳା ମଣ୍ଡଳ ସଦସ୍ୟା ଯଥା ଶାନ୍ତିଲତା ସାହୁ,ସସ୍ମିତା ସାହୁ,ରୀନା ଗଣ୍ଡ, ସବିତା ବଞ୍ଜରା,ଲକ୍ଷ୍ମୀ ରେଲି,ଗାୟତ୍ରୀ ପୂଜାରୀ,ଛନ୍ଦାରାଣୀ ରାଜୁ, ଜୟମଣୀ ଗଣ୍ଡ,ରସିଲା ଗଣ୍ଡ, ଲଳିତା ଭତ୍ରା, ଧନାଇ ମାଝୀ, ଗୁରୁବାରୀ ମାଝୀ, କବିତା ରାଜୁ, ନମିତା ଗଣ୍ଡ, ସରିତା ଗଣ୍ଡ କାରାଗାର ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧିଥିଲେ l ଅନ୍ତେବାସୀମାନଙ୍କ ପାଖରେ ନିଜ ନିଜ ଭଉଣୀମାନଙ୍କ ଉପସ୍ଥିତି ନ ଥିଲେ ବି ଗାୟତ୍ରୀ ପରିବାରର ଭଉଣୀ ସେହି ଖୁସି ଦେଇପାରିଥିଲେ l ସମସ୍ତଙ୍କୁ ହନୁମାନ ଚାଳିଶା ଆଉ କିଛି ସତସାହିତ୍ୟ ପ୍ରଦାନ କରାଗଲା l