August 28, 2026

ଉପାନ୍ତ ଖବର ପ୍ରଭାବ ରେ ରୋଷେଇ ଶାଳାରେ ଲାଗିଲା ବ୍ୟାନର. ଓଟିଡ଼ିସି କ୍ରାଫ୍ଟ କେନ୍ଦ୍ର କୋଟପାଡ଼.

IMG-20260828-WA0000
Share

            କୋରାପୁଟ ଜ଼ିଲ୍ଲା କୋଟପାଡ଼ ଜାତୀୟ ରାଜପଥ କଡ଼ରେ ଚାଲିଛି ଓଟିଡ଼ିସି କ୍ରାଫ୍ଟ କେନ୍ଦ୍ର. କାର୍ଯ୍ୟ ସ୍ଥଳ ରେ କୌଣସି ଯନ୍ତ୍ରୀ କିମ୍ବା ଠିକାଦାର ଙ୍କ ଦେଖା ନାହିଁ କେବଳ ବାହାର ଜ଼ିଲ୍ଲା ର ଶ୍ରୀମିକ ଏବଂ ମିସ୍ତ୍ରୀ ଏଠାରେ କରୁଛନ୍ତି କାମ. ଏହି କାମର ଅଟକଳ ମୂଲ୍ୟ 6.60.92.760ଟଙ୍କା ହୋଇଥିବାର ବେଳେ 2027ଫେବୃଆରୀ ମାସର 2ତାରିଖ ରେ ସମାପ୍ତ ହେବ ବୋଲି ରୋଷେଇ ଶାଳରେ ଟଙ୍ଗା ଯାଇଥିବା ଏକ ବ୍ୟାନର ରେ ଉଲେଖ ଥିବାର ଜଣାଯାଇଛି.ଉକ୍ତ କାମରେ କେତେ ବାଲି. ମରମ ଗୋଡି ଇତ୍ୟାଦି ବ୍ୟବହାର କରାଯାଇଛି ତାହାର ରୟାଲଟି ପ୍ରଦାନ ହୋଇଛି କି ନାହିଁ. ସାଇଟ ପ୍ଲାନ. ବିଲଡିଂ ପ୍ଲାନ. ଘରବାରି ହୋଇଛି କି ନାହିଁ. ଆର ଓ ଆର. ଟ୍ରେସ ମ୍ୟାପ ଇତ୍ୟାଦି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯା ଳୟ ରେ ପ୍ରଦାନ କରାଯାଇଛି କି ନାହିଁ. ଯନ୍ତ୍ରୀ ଠିକାଦାର ଅନୁପସ୍ଥିତ ଯୋଗୁଁ କାମର ମାନ କୁ ନେଇ ମଧ୍ୟ ବୁଦ୍ଧିଯିବିଙ୍କ ମହଲ ରେ ପ୍ରଶ୍ନ ବାଚି ସୃଷ୍ଟି ହେଉଥିବାର ବେଳେ ଉକ୍ତ କାମର ଭିଜିଲେନସ ତଦନ୍ତ କରିବା ପାଇଁ ଅଞ୍ଚଳ ବାସି ଦାବି କରୁଥିବା ଜଣାଯାଇଛି.ପ୍ରକାଶ ଥାଉ କି ଉପାନ୍ତ ଖବର ପ୍ରଭାବ ରେ ରୋଷେଇ ଶାଳରେ ବ୍ୟାନର ଟଙ୍ଗା ଯାଇଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.