August 27, 2026

“ନେଟଙ୍ଗା ସବୁଜ ବାହୀନି” ର ରକ୍ଷା ବନ୍ଧନ ଉତ୍ସବ ପାଳନ 

IMG-20260827-WA0048
Share

 

ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ ପାଇଁ ସାରା ଦେଶ ଉତ୍ସବ ମୁଖର। ଭାଇ ଭଉଣୀ ର ସ୍ନେହ ଓ ଆଦରର ଅତୁଟ ବନ୍ଧନ ର ସ୍ମାରକୀ ଏହି ରକ୍ଷା ବନ୍ଧନ ପର୍ବ। ଭାଇ ର ଦୀର୍ଘାୟୁ କାମନା ସହିତ ମଙ୍ଗଳ କାମନା କରି ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଦେଇଥାଏ ଆଜିର ଦିନରେ। ସେହିପରି ଭାଇ ମଧ୍ୟ ରକ୍ଷା କବଚ ସାଜି ଭଉଣୀ କୁ ସବୁ ସମୟରେ ସବୁ ପରିସ୍ଥିତିରେ ସୁରକ୍ଷା ଯୋଗାଇ ଦେବାପାଇଁ ପଣ କରିଥାଏ। ସେହି କ୍ରମରେ ବୃକ୍ଷ କୁ ସୁରକ୍ଷା ଯୋଗାଇ ଦେବାପାଇଁ ପଣ କରି, ଆଜି ଏହି ପବିତ୍ର ଦିନରେ ବୃକ୍ଷକୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ଉତ୍ସବ ପାଳନ କରିଛନ୍ତି, ନେଟଙ୍ଗା ଗ୍ରାମରେ ଗଢି ଉଠିଥିବା “ନେଟଙ୍ଗା ସବୁଜ ବାହୀନି” ର ସଦସ୍ୟମାନେ। ନେଟଙ୍ଗା ସବୁଜ ବାହୀନି ର ସଂଗଠକ ତଥା ପ୍ରକୃତି ବନ୍ଧୁ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରେରଣା ଓ ଉଦ୍ୟମରେ ତଥା ସୁରକ୍ଷା କର୍ମୀ ସ୍ବେଚ୍ଛାସେବୀ ମାଧବ ନାୟକଙ୍କ ତତ୍ତ୍ବାବଧାନରେ ଏହି ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା। ନେଟଙ୍ଗା ସବୁଜ ବାହୀନିର ସଦସ୍ୟ କାର୍ତ୍ତିକ ନାୟକ, ସଂଗ୍ରାମ ଲେଙ୍କା, କୈଳାସ ଯେନା, କାର୍ତ୍ତିକ ପାତ୍ର, ରୁଦ୍ରମଣି ନାୟକ, ଶୁଭମ ଜେନା, ବିକାଶ ଲେଙ୍କା, ସୁନିଲ ରାଉତ ଓ ଭଉଣୀ ମାନେ ଉପସ୍ଥିତ ରହି ଗଛକୁ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ