October 11, 2026

ଏ. ବି. ସି. ଡି ଅନୁଷ୍ଠାନ ତରଫରୁ ସାମ୍ବାଦିକ ସମ୍ମିଳନୀ 

IMG-20260826-WA0076
Share

 

 

ପଦ୍ମପୁର :- 26.08(ଜୟନ୍ତ କୁମାର ସେଠ)ପଦ୍ମପୁର ସ୍ଥାନୀୟ ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପ ଠାରେ ଏ. ବି. ସି. ଡ଼ି, ସଭାପତି ଅନିଲ ବେହେରାଙ୍କ ଅଧ୍ୟକ୍ଷତାରେ 28ତମ ବୋଡା ସମ୍ବର ନୁଆଁଖାଇ ଭେଟ ଘାଟ, ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଉଭୟ ପ୍ରିଣ୍ଟ ମେଡ଼ିଆ ଏବଂ ଇଲେଟ୍ରୋନିକ୍ସ ମେଡ଼ିଆ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମ୍ମିଳନୀରେ ସର୍ବପ୍ରଥମେ ଅନୁଷ୍ଠାନର ସମ୍ପାଦକ ରଘୁନାଥ ପୁରୀ ସମସ୍ତଙ୍କୁ ସ୍ୱାଗତ ଓ ଉଧେଶ୍ୟ ଜ୍ଞାପନ କରିଥିଲେ l ଅନୁଷ୍ଠାନର ବରିଷ୍ଠ ପରାମର୍ଶ ଦାତା ଅଧ୍ୟାପକ ନାଟ୍ୟକାର କେଶରଂଜନ ପ୍ରଧାନ ଆସନ୍ତା 30 ତାରିଖ ହେବାକୁ ଥିବା ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା, ରଙ୍ଗୋଲି ଝୋଟି 06.09.2028 ରବିବାର, 13.09. 2026 ରବିବାର ମାରାଥନ ପ୍ରତିଯୋଗିତା ଉପରେ ସୂଚନା ପ୍ରଦାନ କରିଥିବାବେଳେ, ନାଟ୍ୟକାର ଶ୍ରୀଯୁକ୍ତ ଅଶୋକ ବହିଦାର ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରାନ୍ତରରୁ ସାଂସ୍କୃତିକ ଦଳ ଯୋଗ ଦେବେ ଏବଂ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ l ସମ୍ମିଳନୀରେ ଅନୁଷ୍ଠାନର ସଦସ୍ୟ ଶାନ୍ତସଂଗ୍ରାମ ଭୋଇ, ସହଦେଵ ମେହେର, ଏଡଭୋକେଟ ଲିଙ୍ଗରାଜ ସାହୁ, କୋଷଧ୍ୟକ୍ଷ୍ୟ ସୁରେଶ ମିଶ୍ର, ଅଂଶୁମାନ ମେହେର, ସୁମନ୍ତ ସାହୁ, ରବୀନ୍ଦ୍ର ଦାଶ, ଅମୀୟ ପୁରୋହିତ, ସୁନୀଲ ଭୋଇ, ସରୋଜ ଦାନୀ, ସରୋଜ ଯୋଶୀ ଯୋଗ ଦେଇଥିଲେ ତଥା ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ଶେଷରେ ସହ ସମ୍ପାଦକ ପ୍ରତାପ ନାଥ ଧନ୍ୟବାଦ ଅର୍ପଣ କରିଥିଲେ l

You may have missed