August 25, 2026

ନବରଙ୍ଗପୁର ଜିଲ୍ଲା ରାଇଘର ମହିଳା ସଂଘ ତରଫରୁ ବୋଲ ବମ ଯାତ୍ରା

IMG-20260824-WA0064
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ରାଇଘର ବ୍ଲକ ମହିଳା ବୋଲବମ ସଂଘ ତରଫରୁ ବୋଲବମ ଯାତ୍ରା ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ବିଭିନ୍ନ ଗ୍ରାମ ଏବଂ ସାହିରୁ ୬0 ଜଣ ମହିଳା ପୁରୁଷ ମିଶି ଶ୍ରାବଣ ତୃତୀୟ ସୋମବାରରେ ବୋଲ ବମ ଯାତ୍ରା କରିଥିଲେ, ସୋମବାର ସକାଳ ୬ ଟା ରେ କିଙ୍ଗଫିସର ନାମକ ଯାତ୍ରୀବାହୀ ବସ ଯୋଗେ ସମସ୍ତ ବୋଲ ବମ ଭକ୍ତ ବେହେଡା ସ୍ଥିତ ତେଲ ନଦୀରୁ ଜଳ ଭାର ଆଣି ରାଇଘର ଡି ଏନ.କେ ଧବଳେଶ୍ୱର ମନ୍ଦିର ରେ ଜଳାଭିସେକ କରିବାକୁ ଆସିଥିଲେ, ୧୬ କିଲୋମିଟର ରାସ୍ତା ଚାଲି ଚାଲି ଆସିଥିବା ବେଳେ ଏହି ବୋଲ ବମ ଭକ୍ତ ଙ୍କ ପାଇଁ ଏକ ସେବା ଦଳ ବାହାରି ସମସ୍ତ ଭକ୍ତ ଙ୍କୁ ସେବା ଯୋଗେଇଥିଲେ, ବିଜେପିର ବରିଷ୍ଠ କର୍ମୀ ସନ୍ତୋଷ ମହାପାତ୍ର,ଶରତ ଜେନା,ଯୋଗେନ୍ଦ୍ର ଶ୍ରୀବାସ୍ତବ, ରାଇଘର ସରପଞ୍ଚ ଲମ୍ବୋଦର ମାଝୀ ଭକ୍ତଙ୍କ ଶହ ମିଶି ଭଗବାନ ଶିବ ଙ୍କ ନାରା ଦେଇ ଭକ୍ତମାନଙ୍କୁ ଉତ୍ସାହିତ କରି ଥଣ୍ଡା ପାନୀୟ ବଣ୍ଟନ କରିଥିଲେ ସେହିପରି ମଣ୍ଡଳ ସଭାପତି ସୁଶାନ୍ତ ସାମନ୍ତରାୟ ବୋଲ ବମ ଭକ୍ତଙ୍କୁ ଫଳବଣ୍ଟନ କରିଥିଲେ,ସେବା ଦଳରେ ମନୋହର ଦଣ୍ଡସେନା, ଭବାନୀ ନାୟକ, ଲକ୍ମିକାନ୍ତ ଝାୱର, ଶକ୍ତି ଜେନା, ରାଇଘର ସରପଞ୍ଚ ଲମ୍ବୋଦର ମାଝୀ,ସଞ୍ଜୟ ନାୟକ, ସୁଜିତ ହାଲଦାର, ପିଣ୍ଟୁ ମହାରଣା,ମୁକୁନ୍ଦ ମହାରଣା ଭକ୍ତ ଙ୍କୁ ସେବା ଯୋଗେଇ ଥିଲେ ପରବର୍ତୀ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ରାଇଘର ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଲମ୍ବା ଧାଡିରେ ଠିଆହୋଇ ଶାନ୍ତି ପୂର୍ଣ୍ଣ ଭାବରେ ଶିବ ପାର୍ବତୀ ଙ୍କ ଦର୍ଶନ କରି ଶିବ ଲିଙ୍ଗରେ ଜଳାଭିଶେକ କରିଥିଲେ ।